କରୋନା କାଳରେ ଯବାନ ମାନଙ୍କ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ
![](https://www.sanketkhabar.com/wp-content/uploads/2021/06/IMG-20210608-WA0180-1024x682.jpg)
ବାଲିଗୁଡ଼ା (ସଙ୍କେତ ଖବର):ଦୀର୍ଘ ଦିନ ଧରି କରୋନା ଯୋଗୁଁ ସବୁ କିଛି ବନ୍ଦ ହୋଇ ଯାଇଛି, ଏହି ପରିପ୍ରେକ୍ଷୀରେ ବିଶେଷ କରି ଗରିବ ଖଟିଖିଆ ବା ଦିନ ମଜୁରିଆ ପରିବାର ଲୋକେ ବିଶେଷ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ଏଫ/ କମ୍ପାନୀ ଏବଂ ଏଚକ୍ୟୁ/୧୨୭ ବାଟାଲିୟନ ସିଆରପିଏଫ ଯବାନ ମାନଙ୍କ ତରଫରୁ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି ।ଯବା ମାନେ ସମସ୍ତେ ଏକତ୍ରିତ ହୋଇ ନିଜସ୍ୱ ଅର୍ଥରେ ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ, ଡାଲି, ପିଆଜ, ଲୁଣ, ସାବୁନ, ମାସ୍କ, ଓ ସାନିଟାଇଜର ଭଳି ବିଭିନ୍ନ ସାମଗ୍ରୀ କିଣିଥିଲେ।
![](https://www.sanketkhabar.com/wp-content/uploads/2021/06/IMG-20210607-WA0123-1-1024x621.jpg)
ଏହି ସବୁ ସାମଗ୍ରୀ ଗୁଡିକୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡୁରୁକିଆ ଗ୍ରାମର ୫୦ ପରିବାରକୁ ବଣ୍ଟନ କରାଯାଇଛି।ଏଥିରେ ୨୫୨ ଗରୀବ ଅସହାୟ ଲୋକ ଉପକୃତ ହୋଇପାରି ଥିବାରୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି । ଏହି ଭଳି କାର୍ଯ୍ୟକ୍ରମ ଭବିଷ୍ୟତ ରେ ଜାରି ରହିବ ଯାହା ଫଳରେ ଜନତା ଏବଂ ସିଆରପିଏଫଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବ ବୋଲି କମାଡେଣ୍ଟ ଆନନ୍ଦ ଝା କହିଛନ୍ତି।