କୋରାଇ:ଏକତା ପରିଷଦ ଓ ସେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ୫ଦିନିଆ ଶ୍ରମଦାନ ଶିବିର ।

0

କୋରାଇ(ସଂକେତ ଖବର):କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ଫଚାୟତସ୍ଥିତ ଣ୍ଡାରା ଗାଁର ଦିଲେଇ ସାହିରେ ଏକତା ପରିଷଦ ଓ ସେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପଂଚଦିନିଆ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଶ୍ରମଜୀବୀ ଉପରେ ନିର୍ଭରଶୀଳ ଗାଁର ୫୦ଜଣ ମହିଳା ଓ ପୁରୁଷ, ସେଚ୍ଛାସେବୀ ଅଣକୁଶଳୀ ଶ୍ରମଜୀବୀ ସମୁହ ଶ୍ରମଦାନକରି ଗତ ଫେବୃୟାରୀ ୨୩ରୁ ୨୭ତାରିଖ ଯାଏ । ଗାଁରେ ପାଂଚ ପୁରୁଷ ଧରି ଅଚଳହୋଇ । ପଡ଼ିଥିବା ମାଛୁଆ ପୋଖରୀରୁ ଦଳ ସପେଇ ଠାରୁ ଆରମ୍ଭକରି ପୁନଃଉଦ୍ଧାର, ସୌନ୍ଦର୍ଯ୍ୟ କରଣ ଆଦି କାର୍ଯ୍ୟ କରାଯାଇଥିଲା । ସେହି ସମ୍ମିଳିତ ଶ୍ରମଜୀବୀ କରିଥିବା କାର୍ଯ୍ୟ ପାଇଁ ଏକତା ପରିଷଦ ଓ ପ୍ରୟୋଗ ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ସେମାନଙ୍କୁ ଚାଉଳ, ଡାଲି, ତେଲ, ମସଲା, ଆଳୁ ପିଆଜ ଆଦି ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ରାସନ ସାମଗ୍ରୀ ସହଯୋଗ ଭିତିରେ ଆଜି କରୋନା କଟକଣା ଅନୁଯାୟୀ ପ୍ରଦାନ କରାଯାଇଛି ।

ପ୍ରୟୋଗ ସେଚ୍ଛାସେବୀ ସଂସ୍ଥା, ଏକତା ପରିଷଦ, ଜର୍ମାନ କର୍ପୋରେସନଓ ୱେଲ୍‌ଥ ହଙ୍ଗର ହେଲ୍ମ ଦିଲ୍ଲୀ ସଂଗଠନ ତରଫରୁ ବିଭିନ୍ନ ଫଚାୟତର ଏପରି କାର୍ଯ୍ୟ କରାଯାଉଥିଲା ବେଳେ ଆଗକୁ କୋରାଇ ବ୍ଳକର ଖମଣ ଫଚାୟତରେ କରାଯିବ ବୋଲି ନିଷ୍ପତି ନିଆଯାଇଛି । କାର୍ଯ୍ୟକରାଯାଇଥିବା ଦେଲେଇ ସାହିର ଶ୍ରମିଜୀବୀଙ୍କୁ ଆଜି ଅନୁଷ୍ଠିତ ରାସନ ସମଗ୍ରୀ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଥିଲା ।

ଏକତା ପରିଷଦର ସଂଯୋଜକ ଅକ୍ଷୟ କୁମାର ଜେନାଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରା ବନ୍ଦିତା ପରିଡା ଓ ସମ୍ମାନୀତ ଅତିଥିଭାବେ ଅଭିମନ୍ୟୁ ଖଣ୍ଡେଇ, ରାମଚନ୍ଦ୍ର ଖଣ୍ଡାଇ, ବୋରାମ ଦଳେଇ ଓ ଦାଶରଥ ଦଳେଇ ପ୍ରମୁଖ ଯୋଗଦେଇ ଶମଜୀବୀଙ୍କୁ ରାସନପ୍ୟାକେଟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଛାସେବୀ ବେବିନା ଦଳେଇ, ଶଶି ସାହୁ ଓ ଝରଣା ସାହୁ ପ୍ରମୁଖ ସହଯୋଗ କରିଥିଲେ । ସମାଜିକ କର୍ମୀ ପ୍ରସନ୍ନ ସ୍ଵାଇଁ ଏଭଳି କାର୍ଯ୍ୟକ୍ରମ ପାଇଁ ଆଯୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *

You cannot copy content of this page