ରାଉରକେଲା ରେ ପହଂଚିଲା ପ୍ରବାସୀ ଟ୍ରେନ

0

ରାଉରକେଲା(ସଙ୍କେତ ଖବର)

ଆଜି ତାମିଲନାଡୁ ର ତିରପୁର ରୁ ବାହାରିଥିବା ଶ୍ରମିକ ଏକ୍ସପ୍ରେସ ରାଉରକେଲା ରେ ପହଂଚିଛି। ଏଥିରେ ମୋଟ ୬୯୯ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି । ତାମିଲନାଡୁ ର ତିରପୁର ଷ୍ଟେସନରୁ କୋଭିଡ଼ -୧୯ ଲକଡାଉନ ଯୋଗୁ ଫସିରହିଥିବା ପ୍ରବାସୀଙ୍କୁ ନେଇ ବାହାରିଥିବା ଟ୍ରେନ ଆଜି ସକାଳେ ଆସି ରାଉରକେଲା ଷ୍ଟେସନ୍ ରେ ପହଂଚିଛି। ମୋଟ ୬୯୯ ଜଣ ଯାତ୍ରିଙ୍କୁ ନେଇ ଟ୍ରେନ ରାଉରକେଲା ରେ ପହଂଚିବା ପରେ ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାର ୭୨ ଜଣ ଥିବାବେଳେ ଅନ୍ୟମାନେ ପଶ୍ଚିମବଙ୍ଗ ଓ ବିହାର ସମେତ ଆମ ରାଜ୍ୟର ୧୭ ଟି ଜିଲ୍ଲାର ପ୍ରବାସୀ ଅଟନ୍ତି। ସମସ୍ତଙ୍କର ସ୍ବାସ୍ଥ୍ୟ ଯାଞ୍ଚ ପରେ ସେମାନଙ୍କୁ ଖାଦ୍ୟ ଓ ପାଣି ପ୍ରଦାନ କରାଯାଇଥିଲା। ତା ପରେ ପ୍ରଶାସନ ପକ୍ଷରୁ ରାଉରକେଲା ଆରଟିଓଙ୍କ ଜରିଆରେ ବିଭିନ୍ନ ଜିଲ୍ଲା ଓ ବ୍ଲକକୁ ପ୍ରବାସୀଙ୍କୁ ନେଇ ଯିବାଲାଗି ବସ ର ବ୍ୟବସ୍ଥା କରାଯାଇଥିଲା। ଉକ୍ତ ବସ ରେ ସେମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଏହି ଅବସରରେ ବିଭିନ୍ନ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *

You cannot copy content of this page