କେନ୍ଦୁଝର ରେ ହେବ ଷ୍ଟିଲ ପ୍ଲାଣ୍ଟ,ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀ ଦେଲେ ଧନ୍ୟବାଦ

0

କେନ୍ଦୁଝର (ସଙ୍କେତ ଖବର): କେନ୍ଦୁଝର ଜିଲ୍ଲାରେ ୭୯ ୨୦ କୋଟି ଟଙ୍କା ବ୍ୟୟରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ଘୋଷଣାକୁ ନେଇ ଆଜି ଏକ ଧନ୍ୟବାଦ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ କେନ୍ଦୁଝର ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ସଭା କାର୍ଯ୍ୟକ୍ରମରେ ବିଜେଡି କେନ୍ଦୁଝର ଜିଲ୍ଲା ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ଅତିଥୀ ଭାବେ ଯୋଗଦେଇ କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମ କେନ୍ଦୁଝର ଦରବାର ହଲଠାରେ ଆୟୋଜିତ ହୋଇଥିବାବେଳେ କାର୍ଯ୍ୟକ୍ରମକୁ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ପରିଚାଳନା କରିଥିଲେ । ଧନ୍ୟବାଦ ସଭାରେ କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ଶଙ୍କର ସାହୁ,ବରିଷ୍ଠ ନାଗରିକ ତଥା ବଣିଜ ସଂଘର ସଭାପତି କୈଳାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ,କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁମୁଁ , ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାଏକ,ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ, ଜିତୁ ପଟ୍ଟନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦୁଝର ଜିଲ୍ଲାରେ ଏକ ନସିଂ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ କାମ ଚାଲିଥିବାବେଳେ ଦେଶର ସର୍ବବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି , ଜିଲ୍ଲାବାସୀ ଏହାର ସୁଫଳ ପାଇବେ ବୋଲି କହିବା ସହ ସଭାରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ବିଭିନ୍ନ ଦାବି ପ୍ରତି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦୁଝରଠାରେ ନର୍ସ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page