ରାଜ୍ୟ ଜୁନିୟର ରଗବି ଖେଳରେ ଯାଜପୁର ଜିଲ୍ଲା ର ସଫଳତା

0

ଭୁବନେଶ୍ୱର(ସଂକେତ ଖବର)ଓଡ଼ିଶା ରଗବୀ ଫୁଟବଲ୍ ଆସୋସିଏସନ୍ ଦ୍ଵାରା କିସ୍ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ରଗବୀ ଫୁଟବଲ୍ ଚାମ୍ପିଅନସିପ ରେ ଯାଜପୁର ୧୦-୫ ରେ ଜଗତସିଂହପୁର କୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଛି। ସେହିଭଳି ମୟୁରଭଞ୍ଜ ୧୦-୫ ରେ କିସ୍, ଭୁବନେଶ୍ୱର କୁ ହରାଇ ଚମ୍ପିୟାନ ହୋଇଛି। ଯାଜପୁର ଜିଲ୍ଲା ର ସଫଳତା ପାଇଁ ବିଭିନ୍ନ ମହଲ ରେ ଖେଳାଳି ମାନଙ୍କୁ ଶୁଭେଚ୍ଛା ମିଳିଛି।

ଜିଲ୍ଲା ରଗବି ଆସୋସିଏସନ୍ ର ସଭାପତି ନାରାୟଣ ଚନ୍ଦ୍ର ସାହୁ , ସମ୍ପାଦକ ତଥା ରାଜ୍ୟ ସଂଯୋଜକ ଭରତ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡୁ, ଜିଲ୍ଲା ହକି କୋଚ୍ ଅମୂଲ୍ୟ ବେହେରା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କ୍ରୀଡ଼ା ଅଧିକାରୀ ଅଭିନାସ୍ କର , ଦଶରଥପୁର ବ୍ଲକ ଆଇଲମ୍ପିକ ଆସୋସିଏସନ୍ ର ସଭାପତି ଚନ୍ଦ୍ରଶେଖର ସାହୁ, ଜିଲ୍ଲା କିକବକ୍ସିଂ ର ସମ୍ପାଦକ ରଞ୍ଜନ ସୁତାର, ଜିଲ୍ଲା ଡି.ଫା ସମ୍ପାଦକ ପ୍ରବୋଧ ପତ୍ର, ଜିଲ୍ଲା ଆଥେଲେଟିକ ଆସିସିଆସନର ଉପସଭାପତି ନିରଞ୍ଜନ ପୃଷ୍ଟି, ମନିଦ୍ର ଧଳ, ପୂର୍ବତନ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ଜିଲ୍ଲାର ପ୍ରମୁଖ କ୍ରୀଡ଼ା ସଂଗଠକ ମନରଂଜନ୍ ସିଂ, ମମ୍ ତାଜ୍ ଅଲ୍ଲୀ , ପ୍ରମୋଦ ଦାସ, କୃଷ୍ଣକାନ୍ତ୍ ପଣ୍ଡା , ପ୍ରମୁଖ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page