ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ସୁଢ଼ଳ ସାହୁ।

0

ଯାଜପୁର(ସଂକେତ ଖବର)ଯାଜପୁର ବ୍ଳକ ଖଇରାବାଦ ପଂଚାୟତ ର ଟାଣୁଆ ନେତା ସୁଢ଼ଳ ସାହୁ ଆଜି ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି। ଦୀର୍ଘ ଦିନ ଧରି ସେ ଭାରତୀୟ ଜନତା ପାର୍ଟି ରେ ରହିଥିଲେ। ଆଜି ସର୍କିଟ ହାଉସ ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେଡି ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ସୁଢ଼ଳ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟଧାରାରେ ବିଶ୍ୱାସ କରି ସୁଢ଼ଳ ଏବଂ ତାଙ୍କର ବହୁ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ଉତ୍ସବ ରେ ପୂର୍ବତନ ପୌରାଧକ୍ଷ ଭଵ ଦାସ,ଯାଜପୁର ବ୍ଳକ ବିଜେଡି ସଭାପତି ପରେଶ କୁମାର ବିଶ୍ୱାଳ,ପଂଚାୟତ ସଭାପତି ରଜନୀକାନ୍ତ କର,ବରିଷ୍ଠ ବିଜେଡି ନେତା ବାସୁଦେବ ପାତ୍ର, ସମିତି ସଭ୍ୟ ଏମଡି ବେଲାଲ ଖାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରମେଶ ସାହୁ, ମନୋଜ କୁମାର କର, ନିଷିକାନ୍ତ ପାଣି , ଦିବାକର ପଣ୍ଡା, ସନ୍ତୋଷ ସେଠୀ.ଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ କର୍ମୀ ବିଜେଡି ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page