ସଂସଦ ରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ!

0

ନୂଆଦିଲ୍ଲୀ(ସଂକେତ ଖବର)ପବ୍ଲିକ୍ ଆକାଉଣ୍ଟସ୍ କମିଟି (ପିଏସି) ସ୍ଥାପନର ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ସୂତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କ ସମେତ 4 ଜଣ ଓଡ଼ିଶାର ବିଧାୟକ ଉପସ୍ଥିତ ଥିଲେ ।

ଏହି ସମାରୋହରେ ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ଭେଙ୍କୟା ନାୟୁଡୁ ଯୋଗ ଦେଇ ଗଣତନ୍ତ୍ରକୁ ଆହୁରି ମଜଭୁତ କରିବା ଲାଗି ସଂସଦ ଏବଂ ବିଧାନସଭାର ବିତର୍କ ହିଁ ଶ୍ରେଷ୍ଠ ମାର୍ଗ ବୋଲି କହିଥିଲେ। ସଂସଦୀୟ ବ୍ୟବସ୍ଥାର ଜ୍ଞାନକୁ ପରିବର୍ଦ୍ଧିତ କରିବା ଲାଗି ଏଭଳି ସମାରୋହରେ ଖୁବ ଉପାଦୟ ବୋଲି ବିଧାୟକ ଘଡ଼ାଇ କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page