ଗାଁ କୁ ଗାଁ ବୁଲି ହିତାଧିକାରୀ ଚୟନ କରିବେ ସୁକିନ୍ଦା ବିଧାୟକ।

0

ସୁକିନ୍ଦା(ସଙ୍କେତ ଖବର)

ବହୁ ଗରିବ ଲୋକମାନେ ବିଜୁ ପକ୍କା ଘର ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ହକଦାର ହୋଥିଲେ ମଧ୍ୟ ସେମାନଙ୍କ ପାଇଁ ଏହି ଯୋଜନା ଅପହଞ୍ଚ ହୋଇପଡିଛି। ସେଥିପାଇଁ ଗାଁକୁ ଗାଁ ବୁଲିବେ, ଲୋକଙ୍କ ସହ ବୈଠକ କରି ଆବାସ ଯୋଜନାର ପକ୍କା ଘର ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ନିଜେ ପ୍ରସ୍ତୁତ କରିବେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ସେହିଭଳି ଆସନ୍ତା ସପ୍ତାହରେ ଗାଁରେ ବୁଲିବା ସମୟରେ ପାଣି ସମସ୍ୟା ଏବଂ କମ୍ୟୁନିଟ୍ ସେଣ୍ଟର ନିର୍ମାଣ ସଂପର୍କରେ ଲୋକଙ୍କ ମତାମତ ଅନୁସାରେ ନିଷ୍ପତ୍ତି ନିଆଯିବ। ଅପରପକ୍ଷରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜୁନ ଶେଷ ସୁଦ୍ଧା ଶେଷ କରିବାକୁ ପଡିବ। ନଚେତ ସେହି ପ୍ରକଳ୍ପ ଗୁଡିକର ଅର୍ଥ ଫେରିଯିବ। ତେଣୁ କାମ ଆରମ୍ଭ ହୋଇନଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ୩ଦିନ ଭିତରେ ଆରମ୍ଭ କରାଯାଉ। ଯଦି କାମ କରିବାରେ ସମର୍ଥ ହେଉନାହାଁନ୍ତି ତେବେ ସୁକିନ୍ଦା ବ୍ଲକ ଅଧିକାରୀଙ୍କ ନିଷ୍ପତ୍ତି ଅନୁସାରେ ହିଁ ପ୍ରକଳ୍ପ କାର୍ଯ୍ୟ ହେବ। ବ୍ଲକର ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହଯୋଗ ନେଲେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହୋଇପାରିବ। ବୁଧବାର ସୁକିନ୍ଦା ପଞ୍ଚାୟତ ସମିତି ଗୃହରେ ଲେମ୍ବୋ,ପିଙ୍ଗଳ ଓ ହାତୀବାରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା ବୈଠକରେ ସରପଞ୍ଚ ଏବଂ ଓ୍ୱାର୍ଡମେମ୍ବର ମାନଙ୍କୁ ଏଭଳି କହିଛନ୍ତି ବିଧାୟକ ଘଡ଼ାଇ।

ତେବେ ଫୁଟବଲ ଖେଳ ପ୍ରତି ପିଲାଙ୍କ ଆଗ୍ରହ ବଢୁଥିବାରୁ ଲେମ୍ବୋ ପଞ୍ଚାୟତରେ ସ୍ୱତନ୍ତ୍ର ଫୁଟବଲ ଖେଳ ପଡିଆ ନିର୍ମାଣ କରିବାକୁ ଆଜିର(ବୁଧବାର) ବୈଠକରେ ସ୍ଥିର ହୋଇଛି। ସେଠାରେ ମ୍ୟାଚ ଆୟୋଜନ କରାଯିବ ଏବଂ ଦର୍ଶକଙ୍କ ଲାଗି ଗ୍ୟାଲେରୀ ନିର୍ମାଣ ହେବ। ସେହିଭଳି ଅଶୋକ ଝରକୁ ରାଜ୍ୟସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର କରିବା ଲାଗି ଓଟିଡିସି ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଶି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ବୈଠକରେ ବିଧାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page