ସୁକିନ୍ଦା ପୋଲିସ ଦ୍ୱାରା ୧୦୦ ଲିଟର ଦେଶୀ ମଦ ଜବତ

0

ସୁକିନ୍ଦା (ସଙ୍କେତ ଖବର): ସୁକିନ୍ଦା ପୋଲିସ ଦ୍ୱାରା ୧୦୦ ଲିଟର ଦେଶୀ ମଦ ଜବତ ସହ ଦୁଇ ଜଣ ଗିରଫ । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳ ରେ ଦିନକୁ ଦିନ ବଢି ଚାଲିଛି ଅବାଧ ଚୋରା ମଦ କାରବାର । ତେବେ ଆଜି ଭୋର ସମୟ ରେ ସୁକିନ୍ଦା ଥାନା ଅନ୍ତର୍ଗତ ବଇରୀମାଳ ଅଞ୍ଚଳରେ ଚଢାଉ କରି ୧୦୦ ଲିଟର ଦେଶୀ ମଦ ସହିତ ଦୁଇଟି ବାଇକ ଜବତ କରି ଦୁଇ ଜଣ ଚୋରା ମଦ ବେପାରୀକୁ ଗିରଫ କରିଛି । ତେବେ ଚୋରା ମଦ ବେପାରୀ ମାନେ ଭୁବନ ଥାନା ଅନ୍ତର୍ଗତ ଏକତାଳି ଗ୍ରାମର ମଣ୍ଡୁ ମଲିକ ଏବଂ ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା ଗ୍ରାମର ମଙ୍ଗୁଳି ବେହେରା ବୋଲି ଜଣାପଡିଛି । ତେବେ ସୁକିନ୍ଦା ପୋଲିସ ଏସଂକ୍ରାନ୍ତରେ କେଶ ନଂ ୧୨୯/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *

You cannot copy content of this page