ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ସୁନା ବେଶ

0


ନୂଆଦିଲ୍ଲୀ(ସଂକେତ ଖଵର): ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କର ପବିତ୍ର ସୁନା ବେଶ ପର୍ବ ଭକ୍ତିପୂତ ଓ ମନୋଜ୍ଞ ପରିବେଶ ମଧ୍ୟରେ ପାଳନ କରାଯାଇଛି । ବଢ଼ି ଭୋରରୁ ଦିଅଁମାନଙ୍କ ସମ୍ମୁଖରେ ପୂଜାର୍ଚ୍ଚନା, ମଙ୍ଗଳ ଆଳତୀ, ନାମଯଜ୍ଞ, ହୋମ ଏବଂ ଉପଚାର ଆଦି ରୀତିନୀତି ଧାର୍ମିକ ପରମ୍ପରା ମୁତାବକ କରାଯିବା ପରେ ଠାକୁରମାନଙ୍କୁ ଦୁର୍ଲଭ ସୁନା ବେଶ ରେ ସଜା ଯାଇଥିଲା | ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୁର୍ଦ୍ଦଙ୍ଗର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀର ଦୃଶ୍ୟ ବେଶ୍ ମନୋରମ ଓ ମର୍ମସ୍ପର୍ଶୀ ଥିଲା । ମହାପ୍ରଭୁଙ୍କର ସୁନା ବେଶ ଦେଖିବା ପାଇଁ ରାତି ପର୍ଯ୍ୟନ୍ତ ଭକ୍ତ ମାନଙ୍କର ଆଗମନ ଲାଗି ରହିଥିବା ଦେଖା ଯାଇଥିଲା | ତେବେ କୋଭିଡ କଟକଣାକୁ କଡାକଡି ଭାବେ ଅନୁସରଣ କରାଯାଇ ସମଗ୍ର ଉତ୍ସବକୁ ସାଙ୍କେତିକ ସ୍ତରରେ ରଖାଯାଇଥିବା ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ଜଣାଇଛନ୍ତି | ଚାରି ଠାକୁର ଏବେ ମନ୍ଦିରର ନାଟ୍ୟ ମଣ୍ଡପରେ ବିରାଜମାନ ଅଛନ୍ତି |

Leave a Reply

Your email address will not be published. Required fields are marked *

You cannot copy content of this page