ବଲିଉଡ ଅଭିନେତା ସୁଶାନ୍ତ ସିଂ ଆରପାରିରେ।

0

ଜୀ ଟିଭି ର ପ୍ରସିଦ୍ଧ ଧାରାବାହିକ “ପବିତ୍ର ରିସ୍ତା” ରୁ ଚର୍ଚ୍ଚାକୁ ଆସିଥିଲେ ସୁଶାନ୍ତ , ସୁଶାନ୍ତ ଙ୍କ ପ୍ରଥମ ଧାରାବାହିକ #ଷ୍ଟାରପ୍ଲସ୍ ର କିସ୍ ଦେଶ ମେ ହୈ ମେରା ଦିଲ୍
ମେଧାବୀ ଛାତ୍ର ଥିଲେ ସୁଶାନ୍ତ , Physics ରେ National Olympiad ବିଜେତା ଥିଲେ , DCE ପରୀକ୍ଷାରେ ସାରା ଭାରତରେ ୭ମ ସ୍ଥାନ ଅଧିକାର କରି ଟପ୍ପର ହୋଇଥିଲେ , Indian School Of Mines ସହ ୧୧ ଟି ଇଂଜିନିୟରିଂ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ସୁଶାନ୍ତ
କିଛି ମାସ ତଳେ ଆତ୍ମହତ୍ୟା ବିଫଳତା ଓ ଆତ୍ମବିଶ୍ବାସ ଉପରେ ଆଧାରିତ ଚଳଚ୍ଚିତ୍ର “ଛିଛୋରେ” ରେ ମୁଖ୍ୟ ଭୂମିକା ରେ ଆସି ଦର୍ଶକଙ୍କ ହୃଦୟ ଜିତିଥିବା ଓ ଦର୍ଶକଙ୍କୁ ଆତ୍ମହତ୍ୟା କେବେ ବି ସମାଧାନ ନୁହେଁ ,ସଫଳ ହୁଅ କି ବିଫଳ ଜୀବନ ହିଁ ସବୁ କିଛି ବୋଲି ଶିକ୍ଷା ଦେଇଥିବା ସୁଶାନ୍ତ ନିଜେ ଆତ୍ମହତ୍ୟା କରିବା ସମସ୍ତଙ୍କୁ ବ୍ୟଥିତ କରିଛି
ଧୋନୀ: ଦି ଅନଟୋଲ୍ଡ ଷ୍ଟୋରୀ , ପିକେ , କେଦାରନାଥ , ଛିଛୋରେ , ଶୁଦ୍ଧ ଦେଶୀ ରୋମାନ୍ସ ,ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି ଭଳି ଅନେକ ସୁନ୍ଦର ଫିଲ୍ମରେ ଅଭିନୟ କରିଥିଲେ ସୁଶାନ୍ତ
ଧୋନୀଙ୍କ ବାୟୋପିକ୍ ରେ ମୁଖ୍ୟ ଭୂମିକାରେ ନଜର ଆସି ଦର୍ଶକଙ୍କ ହୃଦୟ ଜିତିଥିଲେ ସୁଶାନ୍ତ ସିଂହ ରାଜପୁତ
ଛଅମାସ ଧରି ଡିପ୍ରେସନ୍ ରେ ଥିଲେ ସୁଶାନ୍ତ , ବାହାରେ ବୁଲାବୁଲି ମିଶାମିଶି କରିବା ପ୍ରାୟ ବନ୍ଦ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page