ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ, 2 କର୍ମଚାରୀ ନିଲମ୍ବିତ ଓ 2 ବହିଷ୍କୃତ

0

ଯାଜପୁର(ସଙ୍କେତ ଖବର)ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ରେ ଯାଜପୁର ଜିଲାପାଳ ଙ୍କ କଡା କାର୍ଯ୍ୟାନୁଷ୍ଠାନ। 2 କର୍ମଚାରୀ ଙ୍କୁ ନିଲମ୍ବିତ ସହିତ ଦୁଇ ଜଣ ସ୍ୱୟଂ ସହାୟିକା ଗୋଷ୍ଠୀ ର ଏମ ବି କେ କର୍ମଚାରୀ ଙ୍କୁ ବହିଷ୍କୃତ କରିଛନ୍ତି। ନିଲମ୍ବିତ କର୍ମଚାରୀ ହେଲେ ବିଂଝାରପୁର ବ୍ଲକ ହଳଦିଡିହ ଗ୍ରାମପଂଚାୟତର ଜି.ଆର.ଏସ ଅଧିର କୁମାର ବାରିକ ଏବଂ ଅଳକୁଣ୍ଡ ନୋଡାଲ ସ୍କୁଲ ଶିକ୍ଷକ ସେକ ମହମ୍ମଦ ଓକିଲ। ଉଭୟଙ୍କ ବିରୋଧ ରେ ନିର୍ବାଚନ ପ୍ରଚାର ରେ ସାମିଲ ହେବା ନେଇ ଅଭିଯୋଗ ଆସିଥିଲା। ସେହିପରି ଧର୍ମଶାଳା ବ୍ଲକ କୁମାରୀ ଗ୍ରାମ ପଂଚାୟତର ଦକ୍ଷ ନଥିପତ୍ର ପରିଚାଳିକା ଝୁନୁଲତା ଦାସ ଓ ବଡଚଣା ବ୍ଲକ ଚଣ୍ଡିତଳ ବଂଚାୟତର ଦକ୍ଷ ନଥିପତ୍ର ପରିଚାଳିକା ସୁଜାତା ସାମଲଙ୍କୁ କାର୍ଯ୍ୟ ରୁ ବହିଷ୍କାର କରାଯାଇଛି। ଉଭୟଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ ହେବା ଅଭିଯୋଗରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ଚାକିରୀ ରୁ ବହିଷ୍କାର କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page