ଯାଜପୁର ଜିଲ୍ଲା ସନ୍ତରଣ ଦଳ ଚୟନ ମେ ୨୨ରେ
ଯାଜପୁର (ସଙ୍କେତ ଖବର) ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଯାଜପୁର ଟାଉନର କୁସୁମା ସୋର୍ଟ କମ୍ପ୍ଲେକ୍ସ ଠାରେ ମେ ୨୨ ତାରିଖ ରବିବାର ଦିନ ସକାଳ ୭.୩୦ମି. ସମୟରେ ଖେଳାଲି ଚୟନ ଅନୁଷ୍ଠିତ ହେବ । ଏହି ଚୟନ ପ୍ରକ୍ରିୟାରେ ଭାବନେବା ପାଇଁ ଇଛୁକ ଖେଳାଳି ମାନେ (ଉଭୟ ବାଳକ ଓ ବାଳିକା) ସେମାନଙ୍କର ଜନ୍ମ ପ୍ରମାଣ ପତ୍ର ସହିତ ଆଧାର କାର୍ଡ଼ ଆଣିବାକୁ ହେବ ଜୁନିୟର କାଟାଗୋରୀର ଗୃପ୍ ୧ରେ ୨୦୦୫ରୁ ୨୦୦୭ ମସିହା ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ । ଜୁନିୟର ବିଭାଗ ଗୃପ୍ ୨ କାଟାଗୋରୀରେ ୨୦୦୮ରୁ ୨୦୧୦ ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ । ସବଜୁନିୟର ଗୃପ୍ ୩ କାଟାଗୋରୀରେ ୨୦୧୧ ରୁ ୨୦୧୨ ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ ।
ଖେଳାଳୀମାନେ ଉକ୍ତ ଦିନ ୭.୩୦ ମିନିଟ୍ ସମୟରେ କୁସୁମା ସ୍ପୋର୍ଟ କମ୍ପ୍ଲେକ୍ସରେ ସୁଇମିଙ୍ଗ କୋଚ ଲକ୍ଷ୍ମୀଧର ସୁନା ଓ ମମତା ଟୁଡ଼ୁଙ୍କ ସହିତ ଯୋଗାଯୋଗ କରିବାକୁ କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ସମ୍ବିତ ମହାନ୍ତି ଜଣାଇଛନ୍ତି । ଏହି ଚୟନ ଶିବିରରୁ ଶ୍ରେଷ୍ଠ ଖେଳାଳୀ ମାନଙ୍କୁ ଚୟନ କରାଯାଇ ଆଗାମୀ ମେ ୨୮ ତାରିଖରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଠାରେ ହେବାକୁ ଥିବା ୬୨ ତମ ରାଜ୍ୟସ୍ତରୀୟ ସୁଇମିଙ୍ଗ ଚାମ୍ପିୟାନସିପ୍ରେ ଯାଜପୁର ଦଳ ଭାଗ ନେବେ । ଅଧିକ ବିବରଣୀ ପାଇଁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡ଼ୁଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।