ଟାଟା ଷ୍ଟିଲ ପକ୍ଷରୁ କଳିଙ୍ଗନଗରଠାରେ ଗୁରୁ କୋଲ ଲାକୋ ବୋଦ୍ରାଙ୍କ ଜନ୍ମବାର୍ଷିକୀ ପାଳିତ

0

କଳିଙ୍ଗନଗର (ସଂକେତ ଖବର) ଟାଟା ଷ୍ଟିଲ ପକ୍ଷରୁ ୱାରଙ୍ଗ କ୍ଷିତିର ଜନକ ଗୁରୁ କୋଲ ଲାକୋ ବୋଦ୍ରାଙ୍କ ୯୯ତମ ଜନ୍ମବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କଳିଙ୍ଗନଗର ଅଞ୍ଚଳର ବିଭିନ୍ନ ଗ୍ରାମର ବିଦ୍ୟାଳୟଗୁଡ଼ିକରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଆଦିବାସୀ ସଂସ୍କୃତିର ପ୍ରସାର ଓ ସଂରକ୍ଷଣ ଲକ୍ଷ୍ୟରେ ହୋ ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ୱାରଙ୍ଗ କ୍ଷିତି ଲିପିର ସ୍ରଷ୍ଟା ଗୁରୁ କୋଲ ଲାକୋ ବୋଦ୍ରାଙ୍କ କାର୍ଯ୍ୟର ସ୍ମୃତିଚାରଣ ପାଇଁ ଟାଟା ଷ୍ଟିଲ ପକ୍ଷରୁ ପ୍ରତି ବର୍ଷ ଏହି ଗୁରୁତ୍ୱପୂର୍ଣ୍ଣ ଦିବସଟିକୁ ପାଳନ କରାଯାଇଥାଏ ।

ସଗଡଗୁଲା ପ୍ରାଥମିକ ବିଦ୍ୟାଳୟ, ଗୋବରଘାଟି ଆବାସିକ ସେତୁ ପାଠ୍ୟକ୍ରମ କେନ୍ଦ୍ର, ବେଲୋହରି ଆଶ୍ରମ ବିଦ୍ୟାଳୟ ଓ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ୧୨୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉକ୍ତ ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା “ଗୁରୁ କୋଲ ଲାକୋ ବୋଦ୍ରା ଓ ତାଙ୍କ ଜୀବନୀ” । କାର୍ଯ୍ୟକ୍ରମ ସମାପ୍ତ ହେବାପରେଉକ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ପୂର୍ବରୁ ଗୁରୁ କୋଲ ଲାକୋ ବୋଦ୍ରାଙ୍କ ଯୋଗଦାନ ଓ ଜନଜାତି ସଂସ୍କୃତି ଏବଂ ଭାଷା ଉପରେ ପ୍ରତ୍ୟେକ ବିଦ୍ୟାଳୟରେ ଏକ ଚଳଚ୍ଚିିତ୍ର ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।

ଗୁରୁ କୋଲ ଲାକୋ ବୋଦ୍ରା ଝାଡ଼ଖଣ୍ଡର ୱେଷ୍ଟ ସିଙ୍ଗଭୁମ୍ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟପାଣି ବ୍ଲକ୍ର ପାସିଆ ଗ୍ରାମରେ ୧୯୧୯ ମସିହା ସେପ୍ଟେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବେଡ଼ଚୁମ୍ ହାଟୁ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷା ଆରମ୍ଭ କରିଥିଲେ । ୮ମ ଶ୍ରେଣୀ ପରେ ପିତାମାତା ତାଙ୍କୁ ଚକ୍ରଧରପୁରରେ ଥିବା ନିଜ ମାମୁଙ୍କ ନିକଟକୁ ପଠାଇ ଦେଇଥିଲେ । ଚାଇଁବସା ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ସେ ମ୍ୟାଟ୍ରିକ୍ ପାସ କରିଥିଲେ । ଏହାପରେ ସେ ଜଲନ୍ଦର ସିଟି କଲେଜରୁ ହୋମିଓପାଥିରେ ସ୍ନାତକୋତ୍ତର ସମାପ୍ତ କରିଥିଲେ । ପରବର୍ତୀ ସମୟରେ ସେ ଭାରତୀୟ ରେଳବାଇର ଡାଙ୍ଗୁୱାପ୍ସିଠାରେ କିରାଣୀ ଭାବେ ଯୋଗ ଦେଇଥିଲେ । ରେଳବାଇରେ ଚାକିରୀ କରିବା ସମୟରେ ସେ ୱାରଙ୍ଗ କ୍ଷିତି ଲିପିର ଉଦ୍ଭାବନ କରିଥିଲେ ଏବଂ ହୋ ଗୋଷ୍ଠୀରେ ଏହାର ପ୍ରସାର ପାଇଁ ଉଦ୍ୟମ କରିଥିଲେ ।

କଳିଙ୍ଗନଗର ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ବସବାସ କରୁଥିବା ଜନଜାତି ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ ଟାଟା ଷ୍ଟିଲ ପକ୍ଷରୁ ଏଭଳି କାର୍ଯ୍ୟକ୍ରମମାନ କରିଆସୁଅଛି ।

Leave a Reply

Your email address will not be published. Required fields are marked *

You cannot copy content of this page