ଆଦର୍ଶ ଶିକ୍ଷକ ଙ୍କ ପରଲୋକ।
![](https://www.sanketkhabar.com/wp-content/uploads/2020/06/IMG-20200608-WA0032-740x1024.jpg)
ଯାଜପୁର (ସଂକେତ ଖବର):
ଯାଜପର ବ୍ଲକ୍ ଅନ୍ତଃର୍ଗତ ଛତିଶ ଦେବିଲ ଗ୍ରାମପଂଚାୟତର ଭାବଗ୍ରାହୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗିରିଧାରୀ ବିଶ୍ୱାଳଙ୍କ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କିଡ୍ନୀ ରୋଗରେ ପୀଡିତ ଥିଲେ । ନିକଟରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍ଘାତ ହେବା ଯୋଗୁଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହା ପରେ ସ୍ୱର୍ଗତ ବିଶ୍ୱାଳଙ୍କ ଅନ୍ତିମ ସଂସ୍କାର ତାଙ୍କ ନିଜ ଗ୍ରାମ ରିସିପୁରରେ ହିନ୍ଦୁ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଚାକିରୀ ଜୀବନର ଆରମ୍ଭରୁ ଶେଷଯାଏ ଗୋଟିଏ ସ୍କୁଲ୍ରେ କାମ କରି ସେ ଗିରୀଧାରୀ ସାର୍ଙ୍କ ନାମରେ ଉଭୟ ଛାତ୍ର ଓ ଯାଜପୁର ଶିକ୍ଷକଙ୍କ ମହଲରେ ପରିଚିତ ଥିଲେ ।
ସ୍ୱର୍ଗତ ଗିରିଧାରୀ ସାର୍ଙ୍କର ପତ୍ନୀଙ୍କ ବ୍ୟତୀତ ଦୁଇ ଝିଅ ଓ ଦୁଇ ପୁଅ ଅଛନ୍ତି । ସାନପୁଅ ଅମ୍ବରୀଶ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ । ବରୀ ବିଧାୟିକା ସୁନନ୍ଦା ଦାସ୍, ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ଶରତ କୁମାର ଜେନା, ଛତିଶ ଦେବିଲ ସରପଞ୍ଚ ଅଶ୍ୱିନ କୁମାର ବିଶ୍ୱାଳ, ପୂର୍ବତନ ସରପଞ୍ଚ ଗୋପାଳ ବିଶ୍ୱାଳ, ସମିତି ସଭ୍ୟ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସହ ଅନେକ ଶିକ୍ଷାବିତ୍ ତାଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି । ଗିରୀଧାରୀ ସାର୍ଙ୍କ ବିୟୋଗରେ ଯାଜପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।