ବିଦ୍ୟୁତ ବିଭାଗ ର ଜୁଲମ,ଘେରିଲେ ଉପଭୋକ୍ତା।

0

ଦଶରଥପୁର(ସଂକେତ ଖବର)ବିଦ୍ୟୁତ ବିଭାଗର ମନଇଚ୍ଛାକାର୍ଯ୍ୟକୁ ବିରୋଧ, ବିଭାଗୀୟ ଅଧିକାରୀଙ୍କୁ ୩ ଘଣ୍ଟା ଅଟକ ପରେ ସମସ୍ୟାର ହେଲା ସମାଧାନ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଦଶରଥପୁର ବ୍ଲକ ପାଲଟପୁର ପଂଚାୟତରେ । ପାଲଟପୁର ପଂଚାୟତରେ ୩୦ରୁ ଅଧିକ ପରିବାରର ବିଦ୍ୟୁତ ସଂଯୋଗ ବିଭାଗ ପକ୍ଷରୁ କାଟି ଦିଆଯାଇଥିଲା ।

କମାର ସାହିର କେତେକ ଉପଭୋକ୍ତା ଙ୍କ ବକେୟା ବିଲ ବାକି ଥିବା ଦର୍ଶାଇ ଲାଇନ କାଟି ଦେଇଥିଲେ ବିଭାଗୀୟ ଅଧିକାରୀ। ପରେ ଟଙ୍କା ଜମା କରିବା ପରେ ମଧ୍ୟ ସମସ୍ୟା ର ସମାଧାନ ହୋଇନଥିଲା। ଏମିତି ଅଧିକାଂଶ ଲୋକଙ୍କର ମନଇଚ୍ଛା ଭାବେ ବିଦ୍ୟୁତ କାଟ କରିବା, ଟଙ୍କା ନେଇ ବିଲ ନଦେବା, ନୂତନ ଗ୍ରାହକ ପାଇଁ ଟଙ୍କା ଜମା କରିସାରିଥିବାବେଳେ ସେମାନଙ୍କ ଘରକୁ ବିଦ୍ୟୁତ ସଂଯୋଗ ନକରିବା, ବାକି ଟଙ୍କା ଜମା କରିସାରିଥିବାବେଳେ ବିଲରୁ ଟଙ୍କା ନକଟିବା, ବିଦ୍ୟୁତ ବ୍ୟବହାର ଠାରୁ ବିଲ ଅଧିକ ଆସିବା ଭଳି ଅଭିଯୋଗ ହୋଇଥିଲା । ଏହି ସମୟରେ ବିଦ୍ୟୁତ କର୍ମଚାରୀ ଏବଂ ଅଧିକାରୀମାନେ ପହଂଚିଥିଲେ ପଂଚାୟତ କାର୍ଯ୍ୟଳୟ ପାଖରେ । ଏଣୁ ଉତ୍ୟକ୍ତ ଲୋକେ ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଟକାଇ ସମସ୍ତ କଥାରେ ହିସାବ ମାଗିଥିଲେ । ଏଭଳି ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବା ସହିତ ନିନ୍ଦା କରାଯାଇଥିଲା । ଖବର ପାଇ ମଂଗଳପୁର ପୁଲିସ ଘଟଣାସ୍ଥଳରେ ପହଂଚି ଥିଲା । ସମସ୍ତଙ୍କ ଉପସ୍ଥିତିରେ ଆଲୋଚନା ପରେ ସମାଧାନ କରାଯାଇଥିଲା । ବିଦ୍ୟୁତ ବିଭାଗ ଲୋକମାନଙ୍କର କଟାଯାଇଥିବା ବିଦ୍ୟୁତକୁ ସଂଯୋଗ କରାଯାଇଥିଲା । ଏହାଛଡା ଅନ୍ୟ ସମସ୍ୟା ଗୁଡିକୁ ଆସନ୍ତା ୧୦ ତାରିଖରେ ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ସମାଧାନ କରିବାକୁ ନିଷ୍ପତି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page