ଚୋରା ମଦ ବିକ୍ରିକୁ ନେଇ ଗ୍ରାମରେ ଉତେଜନା

0

ବରୀ (ସଙ୍କେତ ଖବର): ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଇଷାଣପୁର ପଞ୍ଚାୟତର ଇଷାଣପୁର ଗ୍ରମରେ ଦୀର୍ଘ ଦିନ ହେଵ ଜୈନିକ ଦୁଇଭାଇ ଗତ କିଛିଦିନ ହେବ ଚୋରାମଦ ବିକ୍ରି କରି ଆସୁଛନ୍ତି । ଉକ୍ତ ଗ୍ରାମର ଲୋକମାନେ ଯେତେ ପ୍ରକାର ବୁଝାସୁଝା କରୁଥିଲେବି ସେମାନେ ମାନିବାକୁ ନାରାଜ । ସୂଚନା ଥାଉକି ଦୁଇଦିନ ତଳେ ସନ୍ଧ୍ୟାରେ ଗ୍ରାମର କିଛି ମହିଳା ନୂଆ କରି ହୋଇଥିବା ପାର୍କ ପାଖକୁ ଦେଖିବାକୁ ଆସିଥିବା ବେଳେ କିଛି ଅସାମାଜିକ ଯୁବକ ସେଠାରେ ମଦ୍ୟପାନ କରି ଖରାପ ଭାଷା ରେ ଗାଳିଗୁଲଜ କରିଥିଲେ । ମହିଳା ମାନେ ପ୍ରତିଵାଦ କରିବା ସହ ଗାଁ ଲୋକଙ୍କୁ ଖବର ଦେବାପରେ ଘଟଣା ସ୍ଥଳରେ ପହଁଚି ଚୋରା ମଦ ବିକ୍ରି ବନ୍ଦ କରିବାପାଇଁ ପ୍ରତିଵାଦ କରିଥିଲେ । ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଥିଲା । ଏବିଷୟରେ ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଦୁଇଟି ସ୍କୁଟି ଜବତ କରିବା ସହ ଯେଉଁ ଘରେ ମଦ ବିକ୍ରି ଚାଲିଥିଲା ସେହି ଘରକୁ ସିଲ କରିଛି ପୋଲିସ । ତେବେ ଆସନ୍ତା କାଲି ତହସିଲଦାରଙ୍କ ଉପସ୍ଥିତିରେ ତାଲା ଖୋଲାଯିବ । ଯଦି ସେହି ଘରୁ ମଦ ଜଵତ ହୁଏ , ତାହେଲେ ଅଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ମାତ୍ର ଏତିକିରେ ଗ୍ରାମବାସୀ ମାନେ ରାଜି ନହେବାରୁ ଘଟଣା ସ୍ଥଳରେ ଉକ୍ତ ପଞ୍ଚାୟତର ସରପଞ୍ଚ ରଂଜୁଲତା ମହାନ୍ତି ଲୋକମାନଙ୍କୁ ବୁଝାଇଥିଲେ । ଚୋରାମଦ ବିକ୍ରି ହେଵନାହିଁ , ଥାନା ଅଧିକରୀ ପ୍ରତିଶୃତି ଦେବାପରେ ଗ୍ରାମବାସୀ ସେଠାରୁ ଓହରି ଥିଲେ । ଜବତ କରାଯାଇଥିବା ଦୁଇଟି ସ୍କୁଟିକୁ ଥାନା ଅଧିକରୀ ଏବଂ ଲୋକଙ୍କ ଉପସ୍ଥିତ ରେ ଖୋଲା ଯାଇଥିଲା ଗୋଟି ସ୍କୁଟିରୁ କିଛି ବାହାରି ନଥିବା ଵେଳେ ଅନ୍ୟ ଏକ ସ୍କୁଟିରୁ ଏକ ଦେଶୀମଦ ବୋତଲ , ଏକ ବିଦେଶୀ ମଦ ,କିଛି ପରିମାଣର ଗଞ୍ଜେଇ ଓ କିଛି ନଗଦ ଟଙ୍କା ଜବତ ହୋଇଥିଲେ । ତେବେ ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ଚୋରା ମଦ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page