ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

0

କୋଣାର୍କ (ସଙ୍କେତ ଖବର): କୋଣାର୍କ ବାଣ ଗୋଦାମ ରେ ଭୟାବହ ଅଗ୍ନିକାଣ୍ଡ । ଚାରିଛକ ବଜାର ନିକଟରେ ଥିବା ଜୟଗୁରୁ ବାଣ ଭଣ୍ଡାର ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କା ବାଣ ପୋଡି ନଷ୍ଟ ହେବା ସହ ବାଣ ବିଷ୍ପୋରଣରେ ଗୋଦାମ ଛାତ ଘର ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା । ତେବେ ଗତ ଦୀପାବଳୀ ସମୟରୁ ବେଆଇନ ବାଣ ରଖିବା ଓ ବିକ୍ରୀ କରିବା ଉପରେ ରାଜ୍ୟ ସରକାର କଟକଣା ଲଗାଇଥିବା ବେଳେ, କିଭଳି ଏତେ ପରିମାଣର ବାଣ ଏଠାରେ ମହଜୁଦ୍ ଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଘଟଣା ସ୍ଥଳରେ ନିମାପଡା ଥାନା ଅଧିକାରୀ ଓ ନିମାପଡା ଏସ.ଡି.ପି.ଓ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବେଅ।ଇନ ବାଣ ରଖିବା ନେଇ ପ୍ରମାଣ ମିଳିଲେ ବାଣ ଗୋଦାମ ମାଲିକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page