ଶିଶୁ କନ୍ୟାକୁ ନେବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଦାବୀ କଲେ ଶିଶୁର ମା
![](https://www.sanketkhabar.com/wp-content/uploads/2021/06/IMG_20210617_165444.jpg)
ବିଂଝାରପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଫତେପୁର ମଲିଆ ଗାଁରେ ଶିଶୁ କନ୍ୟା ବିକ୍ରି ଅଭିଯୋଗ ଘଟଣା । ଶିଶୁ କନ୍ୟାକୁ ଗ୍ରହଣ କରିବାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଦାବୀ କଲେ ଶିଶୁର ମା । ସୂଚନା ମୁତବାକ ମଲିଆ ଗ୍ରାମର ରମେଶ ବାରିକ ନିଜର ଧାରକରଜ ଶୁଝି ନପାରି ସୟଦପୁର ଅଂଚଳରେ ଶିଶୁ କନ୍ୟାକୁ ବିିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ରମେଶଙ୍କ ବାପା ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରିଥିଲା । ଶିଶୁ ସୁରକ୍ଷା ୟୁନିଟ୍ ଶିଶୁ ମଙ୍ଗଳ ସମିତିରେ ହାଜର କରିବା ପରେ ସ୍ୱତନ୍ତ୍ର ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯାଇଛି । ଏବେ ସେହି ଶିଶୁ କନ୍ୟାକୁ ନେବା ପାଇଁ ନିବେଦନ କରିଛନ୍ତି ଶିଶୁ କନ୍ୟାର ମା । କିନ୍ତୁ ସମିତି ପକ୍ଷରୁ ସ୍ଥାନୀୟ ଥାନାକୁ ଅବଗତ କରିବା ପରେ ଯାହା କିଛି ପଦକ୍ଷେପ ନେବାକୁ କୁହାଯାଇଛି ।