ପଡିଆରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

0

ଯାଜପୁର (ସଙ୍କେତ ଖବର): ଯାଜପୁର ସଦର ଥାନା ଅନ୍ତର୍ଗତ ଦେବିଲି ପଞ୍ଚାୟତ ମହମଦାପୁର ଇଟାଇ ପଡିଆ ଠାରେ ଯୁବକଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର କଣ୍ଟିଆ ସାହିର ରାଜକିଶୋର ଖୁଣ୍ଟିଆଙ୍କ ପୁଅ ବିଦ୍ୟାଧର ଖୁଣ୍ଟିଆ ବୟସ ୨୮ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ରାତିରୁ ଘରୁ ବାହାରି କୁଆଡେ ଯାଇଥିଲେ ପରେ ଆଉ ଘରକୁ ଫେରି ନଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେଣିବାରୁ ଘର ଲୋକ ଖୋଜା ଖୋଜି କରିଥିଲେ ହେଲେ ତାଙ୍କୁ ପାଇ ନଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ଦେଖି ଖବର କରିଥିଲେ । ତେବେ ତାଙ୍କୁ ହତ୍ୟା କରି ମାରି ଦିଆଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହା ହତ୍ୟା ନା ଅନ୍ୟ କିଛି କାରଣ ତା ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଘଟଣା ସ୍ଥଳରେ ଯାଜପୁର ସଦର ଥାନା ପୋଲିସ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

You cannot copy content of this page