କମଳା ଫୁଲ , ଡାଳଚିନି , ଗୋଲମରିଚରୁ ତିଆରି ହେଉଛି ପରଫ୍ୟୁମ୍

0

ପରଫୁମ୍ ବାସ୍ନା ପାଏଁ କେବଳ ଏ ନାଁ ହିଁ ଯଥେଷ୍ଟ। ସାରା ବିଶ୍ୱରେ ବିଭିନ୍ନ ବ୍ରାଣ୍ଡ ଆଉ ସୁଗନ୍ଧର ପରଫୁମ୍ ମିଳେ । ହେଲେ ଦି ବଡିସପ୍ ବ୍ରାଣ୍ଡର ପରଫୁମ୍ ସବୁଠାରୁ ନିଆରା । କାରଣ ଏହାର ସୁଗନ୍ଧି ଓ ମହକ ପାଇଁ କେବଳ ଭାରତ ନୁହେଁ ବିଦେଶରେ ପାଖାପାଖି ୭୨ଟି ଦେଶରେ ଏହାର ଅନେକ ଚାହିଦା । ସବୁଠାରୁ ବଡ କଥା ହେଉଛି ଏହାର ତିଆରି ପ୍ରଣାଳି । ଫୁଲରୁ ହିଁ ପ୍ରାକୃତିକ ପଦ୍ଧତିରେ ନିର୍ମାଣ ହୁଏ ଏହି ପରଫୁମ୍ । ଏ ଥର ବଡି ସପ୍ ନୂଆ ନୂଆ ବାସ୍ନାର ପରଫୁମ୍ ସିରିଜ୍ ଲଞ୍ଚ୍ କରିଛି। ଯେପରି
ଫୁଲ୍ ରୋଜ୍ – ଗୋଲାପ ପାଖୁଡାରୁ ପ୍ରାକୃତିକ ପଦ୍ଧତିରେ ଉପଚାର କରି ୯୦% ପ୍ରାକୃତିକ ଉପଦ୍ରବ ମିଶାଇ ତିଆରି ହୋଇଛି । ଯାହା ତାଜା ପଣ ସହ ସାରା ଦିନ ସତେଜ ରହିବାକୁ ସାମର୍ଥ ଦିଏ ।
ଫୁଲ୍ ଇରିସ୍ । ଇରିସ୍ ଫୁଲରୁ ଏବଂ ତାର ଶାଖାରୁ ଏହି ପରଫୁମ୍ ତିଆରି ହୋଇଛି। ଏହାର ବିଶେଷତା ହେଉଛି ଏହି ଫୁଲ୍ ଖୁବ୍ କମ୍ ମିଳେ ତେଣୁ ଏହାର ଚାହିଦା ଦେଖି ଖାସ୍ କରି ଏହି ଫୁଲ୍ ଦକ୍ଷିଣ ଆଫ୍ରିକାରେ ଗତ ତିନି ବର୍ଷ ହେବ ଚାଷ କରାଯାଉଛି।
ଫୁଲ୍ ୟାଲାଙ୍ଗ୍ ୟାଲାଙ୍ଗ୍ – ଏହା ଏକ ଖାସ୍ ଧରଣର ପରଫ୍ୟୁମ୍ ଯେଉଁଥିରେ ମସଲା କୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ତେଲ, ଗୋଲମରିଚ, ଡାଳଚିନି , ଭାନିଲା ଇତ୍ୟାଦିରୁ ପ୍ରସ୍ତୁତ ହୁଏ ଏହି ପରଫ୍ୟୁମ୍ । ଏହି ଖାସ୍ ପରଫ୍ୟୁମ୍ ପ୍ରସ୍ତୁତ କରିବା ପାଇଁ ଅଞ୍ଚଳର ଚାଷୀ ବିନା କୌଣସି ସାରରେ କେବଳ ପ୍ରାକୃତିକ ଉପାୟରେ ବର୍ଷ ସାରା ନିଜ ବିଲରେ ଏ ମସଲା ସବୁକୁ ଚାଷ କରି ଯୋଗାଇଥାଆନ୍ତି ।
ଫୁଲ୍ ଅରେଞ୍ଜ ବ୍ଲୁଜୁମ୍ ।
ସବୁଠାରୁ ଖାସ୍ ପଦ୍ଧତିରେ ତିଆରି କରାଯାଏ ଏ ଅତର । ନୀଳ ନଦୀର ଅବବାହିକାରୁ ଉତ୍ପାଦିତ ହେଉଥିବା ସ୍ୱାଦିଷ୍ଟ କମଳାର ଫୁଲରୁ ବଡି ଭୋର୍ ରୁ ଚାଷୀ ମାନେ ସଂଗ୍ରହ କରିଥାନ୍ତି ଏହି ଫୁଲ । ଏବଂ ପ୍ରାକୃତିକ ପଦ୍ଧତିରେ ଏଥିରୁ ଅତର ତିଆରି କରାଯାଏ । ସାରା ବିଶ୍ୱରେ ଏହାର ଖୁବ୍ ଭଲ ଚାହିଦା ।
ଯେତିକି ଚମତ୍କାର ଦ ବଡି ସପ୍ ର ଏହି ଉତ୍ପାଦ ଗୁଡିକ ସେତିକି ସୁଗନ୍ଧିତ ଏହାର ପ୍ରତିଟି ପରଫୁମ୍ । ବିଶ୍ୱର ବୃହତ୍ତମ କସମେଟିକ୍ସ ବ୍ରାଣ୍ଡ ଦ ବଡି ସପ୍ । ବିଶ୍ୱର ୭୨ଟି ଦେଶରେ ୩୨୦୦ଟି ଆଉଟ୍ ଲେଟ୍ ଆଉ ଭାରତରେ ସେଥିରୁ ୧୮୦ଟି ଷ୍ଟୋର୍ । ଗ୍ରାହକ ମାନଙ୍କୁ କେବଳ ସୁଗନ୍ଧ ଦିଏନି ସାରା ବିଶ୍ୱର ଅନେକ ଚାଷୀଙ୍କୁ ଜୀବନ ଧାରଣର ରାହା ଯୋଗାଇଛି ଦ ବଡି ସ

Leave a Reply

Your email address will not be published. Required fields are marked *

You cannot copy content of this page