ଚଣ୍ଡିଖୋଲ କଲେଜ ଅଡିଟୋରିୟମ ଉଦଘାଟନି ଉତ୍ସବ ରେ ପୂର୍ବତନ ସାଂସଦ ଙ୍କୁ ଅସମ୍ମାନ ,ଦଳୀୟ କାର୍ଯ୍ୟକ୍ରମ କହି ବର୍ଜନ କରି ବିଧାୟକ ଙ୍କ ଉପରେ ବର୍ଷିଲେ ।

0

ଯାଜପୁର(ସଂକେତ ଖବର) ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ନବ-ମାଳତୀ ଅଡିଟୋରିୟମ ଉଦଘାଟନକୁ ନେଇ ଦେଖାଦେଇଛି ବିବାଦ । ଉଦଘାଟନ ଉତ୍ସବରେ ଶାସକ ଦଳର ବିଧାୟକଙ୍କ ହୀନମନ୍ୟତା ଓ ସଂକିର୍ଣ୍ଣ ରାଜନିତୀକୁ ଘୋର ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ମୋହନ ଯେନା । ଗତକାଲି ଏହି ଅଡିଟୋରିୟମ ଉଦଘାଟନ ଉତ୍ସବକୁ ପୂର୍ବତନ ସାଂସଦ ମୋହନ ଯେନାଙ୍କୁ କଲେଜ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଶ୍ରୀଯୁକ୍ତ ଯେନା କଲେଜରେ ପହଂଚିବା ପରେ ତାଙ୍କୁ ଯଥା ସମ୍ମାନ ମିଳିନଥିଲା ।

ପୂର୍ବତନ ସାଂସଦ ମୋହନ ଯେନା ଙ୍କୁ ଅଣଦେଖା

ନାଁ କଲେଜ କର୍ତୁପକ୍ଷ ନା ସ୍ଥାନୀୟ ବିଧାୟକ ସୌଜନ୍ୟତା ଭୂଲିଯାଇଥିଲେ । ପୂର୍ବତନ ସାଂସଦ ହିସାବରେ ମୋହନ ଯେନାଙ୍କ ନାଁ କୌଣସି ଠାରେ ଉଲ୍ଲେଖ ନଥିଲା । ଏପରିକି ସମ୍ମାନିତ ଅତିଥିଟିଏ କରିବାକୁ ଉଚିତ ମନେ କରିନଥିଲେ କଲେଜ କର୍ତୁପକ୍ଷ । ଯେଉଁ କଲେଜ ଅଡିଟୋରିୟମ କରିବାକୁ ପୂର୍ବତନ ସାଂସଦ ମୋହନଙ୍କ ମୁଖ୍ୟ ଭୂମିକା ଥିଲା ତାଙ୍କୁ କଲେଜ କର୍ତୁପକ୍ଷ ଅଣଦେଖା ବା ଅସମ୍ମାନିତ କରିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛି । ମୋହନଙ୍କ ଅଭିଯୋଗ ହେଉଛି ଏହି ଅଡିଟୋରିୟମ ର ନାମ କରଣ ସ୍ୱାଧିନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ନାମରେ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ତାଙ୍କ ସାଂସଦ ସମୟରେ ସେ ପ୍ରଥମେ ୩୮ ଲକ୍ଷ ଟଙ୍କା ଦେଇ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପରବର୍ତି ସମୟରେ ସାଂସଦ ରିତା ତରାଇ ୧୦ ଲକ୍ଷ ଏବଂ ବର୍ତମାନର ସାଂସଦ ସର୍ମିଷ୍ଠା ସେଠୀ ୨୫ ଲକ୍ଷ ଟଙ୍କା ଦେଇଛନ୍ତି । କିନ୍ତୁ ପଂଟା ପାଉଲିଟିଏ ଦେଇନଥିବା ବଡଚଣା ବିଧାୟକ ଏଠାରେ ସର୍ବେସର୍ବା ସାଜିବା ଘଟଣାକୁ ନାପସନ୍ଦ କରିଛନ୍ତି ପୂର୍ବତନ ସାଂସଦ । କଲେଜ କର୍ତୁପକ୍ଷ ଏବଂ ବଡଚଣା ବିଧାୟକଙ୍କ ଏତାଦୃଶ ବ୍ୟବହାରକୁ ବିରୋଧ କରି ପୂର୍ବତନ ସାଂସଦ କାର୍ଯ୍ୟକ୍ରମକୁ ବର୍ଜନ କରିବା ସହିତ ସମ୍ବର୍ଦ୍ଧନା କୁ ମଧ୍ୟ ପ୍ରତ୍ୟାଖାନ କରିଥିଲେ ।

ଯେଉଁଦିନ ଅଡିଟୋରିୟମରେ ଭିତିପ୍ରସ୍ତର ଲାଗିବ ଏବଂ ତାଙ୍କୁ ଉଚିତ ସମ୍ମାନ ମିିଳିବ ସେ ଦିନ ସେ ସମ୍ବର୍ଦ୍ଧନା ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଏଥିସହିତ ବଡଚଣା ରେ ଦୁର୍ନିତିଗ୍ରସ୍ତ ବ୍ୟବସ୍ଥା ଉପରେ ଅଂଗୁଳି ନିର୍ଦ୍ଧେଶ କରିବାକୁ ପଛାଇନାହାଁନ୍ତି ପୂର୍ବତନ ସାଂସଦ ।

ପୂର୍ବତନ ସାଂସଦ ମୋହନ ଯେନା

ବିନା ପିସିରେ ବଡଚଣାରେ କୌଣସି କାମ ହେଉନଥିବା କହିବା ସହିତ ଅନ୍ୟ ମାନଙ୍କୁ ନିଚା ଦେଖାଇ ଉଚ୍ଚକୁ ଉଠିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି କେବେ ସପଂଳ ହେବେ ନାହିଁ କହି ପରୋକ୍ଷରେ ବଡଚଣା ବିଧାୟକଙ୍କୁ କଡା ସମାଲୋଚନା ମଧ୍ୟ କରିଛନ୍ତି । ବଡଚଣା ଏବେ ପଙ୍କ ଗଡିଆ ଦୁର୍ନିତିରେ ଉବୁଟୁବୁ ହେଉଛନ୍ତି ବଡଚଣା ବାସୀ । ଏହାର ଜବାବ ସାଧାରଣ ଲୋକେ ଦେବା ଆବଶ୍ୟକ ବୋଲି ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ପୂର୍ବତନ ଛାତ୍ରନେତା ଦେବେନ୍ଦ୍ର ନାୟକ

ଅନ୍ୟପକ୍ଷରେ କଲେଜ କର୍ତୁପକ୍ଷଙ୍କ ଏଭଳି ମନୋଭାବ ଓ କାର୍ଯ୍ୟକଳାପକୁ ଅନେକ ବୁଦ୍ଧିଜିବି ଓ ପୂର୍ବତନ ଛାତ୍ର ସୋସିଆଲ ମିଡିଆରେ ନିନ୍ଦା କରିଛନ୍ତି । କଲେଜର ଅଡିଟୋରିୟମ ଉଦଘାଟନ ଉତ୍ସବକୁ ରାଜନୈତିକ ଉତ୍ସବରେ ପରିଣତ କରି ସ୍ଥାନୀୟ ବିଧାୟକ ନିଜ ହୀନମନ୍ୟତାର ପରିଚୟ ଦେଇଥିବା ପୂର୍ବତନ ଛାତ୍ର ନେତା ଦେବେନ୍ଦ୍ର ନାୟକ କହିଛନ୍ତି । ଯେଉଁମାନଙ୍କ ଉଦ୍ୟମରେ କଲେଜର ଅଡିଟୋରିୟମ ହେବା ସମ୍ଭବ ହେଲା ସେମାନଙ୍କୁ ପ୍ରଥମେ କଲେଜ କର୍ତୁପକ୍ଷ ଧନ୍ୟବାଦ ଦେବା କଥା ବୋଲି ବହୁ ପୂର୍ବତନ ଛାତ୍ର ସୋସିଆଲି ମିଡିଆରେ ମତ ଦେଇଛନ୍ତି ।

ତେବେ ବଡଚଣା ବିଜେଡି ରାଜନିତିରେ ଜନ୍ମେଜୟଙ୍କ ଏଂଟ୍ରି ପରେ ଅମର ଏକ ପ୍ରକାର କୋଣଠେସା ହୋଇପଡିଥିବାରୁ ନିଜର ପରିଚୟ ଓ ପତିଆରା ସୃଷ୍ଟି କରିବା ପାଇଁ ଅନ୍ୟକୁ ନିଚା ଦେଖାଇବା ଉଦ୍ୟମ ଆଗାମୀ ଦିନରେ ମହଂଗା ପଡିବ ନାହିଁ ତ?

Leave a Reply

Your email address will not be published. Required fields are marked *

You cannot copy content of this page