ଗଭୀର ମହାସାଗର ଅଭିଯାନକୁ ମିଳିଲା କେନ୍ଦ୍ର କ୍ୟାବିନେଟ ର ମଞ୍ଜୁରୀ, ଉପକୃତ ହେବ ଓଡିଶା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର (ସଙ୍କେତ ଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭୂପୃଷ୍ଠ ବିଜ୍ଞାନ ମନ୍ତ୍ରଣାଳୟ(ଏମଓଇଏସ)ର ପ୍ରସ୍ତାବିତ “ ଗଭୀର ମହାସାଗର ଅଭିଯାନ” ପାଇଁ ୪ ହଜାର ୭୭ କୋଟି ଟଙ୍କା ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ଵିଟ୍ ଯୋଗେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗଭୀର ସମୁଦ୍ରରେ ଥିବା ସମ୍ବଳର ଅନ୍ଵେଷଣ କରିବା ପାଇଁ ଏବଂ ସମୁଦ୍ର ସମ୍ବଳର ସ୍ଥାୟୀ ଉପଯୋଗ କରିବା ନିମନ୍ତେ ଗଭୀର ସମୁଦ୍ର ଟେକ୍ନୋଲୋଜିକୁ ବିକଶିତ କରିବା ପାଇଁ ଏହି ଅଭିଯାନକୁ ମଞ୍ଜୁରୀ ଦିଆଯାଇଛି । ଏହି ପଦକ୍ଷେପ ନୀଳ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶା ଭଳି ଉପକୂଳବର୍ତୀ ରାଜ୍ୟକୁ ଅଧିକ ଲାଭଦାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହା ବ୍ୟତିତ ଚାଷୀଙ୍କ ପ୍ରତି ସମ୍ବେଦଶୀଳ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କ୍ୟାବିନେଟ୍ ସୁଲଭ ମୂଲ୍ୟରେ ସାରର ପର‌୍ୟ୍ୟାପ୍ତ ଉପଲବ୍ଧିକୁ ନିଶ୍ଚିତ କରିବାକୁ ୨୦୨୧-୨୨ ବର୍ଷ ପାଇଁ ଫସଫରସ ସାର ଏବଂ ପୋଟାସ ସାର ପାଇଁ ପୁଷ୍ଟିକର ଭିତିକ ସବସିଡ଼ି ହାରକୁ ଦେଇଥିବା ଅନୁମୋଦନ ସ୍ଵାଗତଯୋଗ୍ୟ ଚାଷୀ ସହଯୋଗୀ ଏହି ପଦକ୍ଷେପ ଦ୍ଵାରା ଚାଷୀମାନଙ୍କ ଉତ୍ପାଦନ ମୂଲ୍ୟ ହ୍ରାସ ହେବ । ସେମାନଙ୍କ ସଂଚୟ ବଢ଼ିବା ସହ ଦେଶରେ କୃଷି ଉତ୍ପାଦନ ସୁଦୃଢ଼ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page