ସମ୍ଭାବ୍ୟ ବାତ୍ୟା “ୟାସ୍‌” ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ:ଜିଲାପାଳ

0

ଯାଜପୁର (ସଙ୍କେତ ଖବର): ବାତ୍ୟା “ୟାସ” ରେ ଉପକୁଳବର୍ତୀ ଜିଲ୍ଲା ଗୁଡିକ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ୨୯ ଗୋଟି ବାତ୍ୟା ଆଶ୍ରୟ ସ୍ଥଳି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ୪୯୧ ଗୋଟି ସ୍କୁଲ ଓ ପଂଚାୟତ ଗୃହକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳି କରାଯାଇଛି । ସେହିପରି ବାତ୍ୟା ପାଇଁ ପ୍ରଭାବିତ ହେବାକୁଥିବା ପାଖାପାଖି ୪ଲକ୍ଷ ଲୋକଙ୍କୁ ଆଶ୍ରୟ ସ୍ଥଳିରେ ପହଁଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ୨୫ ତାରିଖ ମଙ୍ଗଳବାର ଦିନ ଗୋଟାଏ ସୁଦ୍ଧା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଁଚାଇବା ଲାଗି ସମ୍ପୃକ୍ତ ବ୍କର ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଚା ଓ ଚାଳ ଘରେ ରହୁଥିବା ଲୋକମାନଙ୍କୁ ସରକାରୀ ଅଶ୍ରାୟ ସ୍ଥଳିକୁ ପଳେଇ ଆସିବା ଲାଗି ଡାକବାଜୀ ଯନ୍ତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।
ଜିଲ୍ଲାରେ ବର୍ତମାନ ସୁଦ୍ଧା ୪ ଗୋଟି ଏନଡିଆରଏଫ ଓ ୨ ଗୋଟି ଓଡ୍ରାଫ ଟିମ ସହିତ ୧୩ ଗୋଟି ଅଗ୍ନିଶମ ବାହିନିଙ୍କୁ ନିୟୋଜିତ କରାଯାଇଛି । ପରିସ୍ଥିତି ଅନୁସାରେ ଏମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲାର ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ୱ ରଖାଯାଇଛି । ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଯୋଡିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଗୋଟି ହ୍ୱାଟ୍ସଆପ ଗୃପ ଗଠନ କରାଯାଇଛି । ଜିଲ୍ଲା ହେଡକ୍ୱାଟରରେ ୨୪ ଘଂଟିଆ କନଟ୍ରୋଲ ରୁମ ଖୋଲାଯାଇଛି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଘଟଣାର ମନିଟରିଂ କରୁଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସମସ୍ତ ସରାକାରୀ କାର୍ଯ୍ୟାଳୟକୁ ୨୪ଘଂଟିଆ ଖୋଲା ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୧୭ ଜଣ ପ୍ରସୂତି ମହିଳାଙ୍କୁ ମେଡିକାଲରେ ପହଁଚାଇବା ର ବ୍ୟବସ୍ଥା କରାଯାଇଛି । ୬୩ ଗୋଟି ପାୱାର ଲାଇଟ,୪୬ ଗୋଟି ଜେନେରେଟର, ୧୧୦ଟି ପାୱାର କଟର ଓ ୭୫ ଗୋଟି ଜେସିବି ମେସିନକୁ ପ୍ରସ୍ତୁତ ରଖାଯାଇଛି । ତେବେ ଜିଲ୍ଲାର ଯାଜପୁର, ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକ ଅଧିକ ପ୍ରଭାବିତ ହେବାର ଅଶଙ୍କା ରହିଥିବାରୁ ଏହି ଅଂଚଳ ଗୁଡିକୁ ପ୍ରଶାସନ ପକ୍ଷରୁ ଅଧିକ ଫୋକସ ଦିଆଯାଉଛି ।
କୋଭିଡ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ଗୋଟାଏ ଠାରୁ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି ଜିଲ୍ଲାର ସମସ୍ତ ୧୦ ଗୋଟି ବ୍ଲକ ଓ ୨ ଗୋଟି ମୁନସିପାଲଟି ଅଂଚଳରେ ଝିପଝିପ ବର୍ଷା ଲାଗିରହିଛି ।

Leave a Reply

Your email address will not be published. Required fields are marked *

You cannot copy content of this page