ବିଭିନ୍ନ ଦାବି ନେଇ କଳା ବ୍ୟାଚ୍ ପରିଧାନ କଲେ ଜିଲ୍ଲା ଫାର୍ମାସିଷ୍ଟ ସଂଘ
![](https://www.sanketkhabar.com/wp-content/uploads/2021/06/JAJPUR-MEDICAL-RE-PHARMASIST-MANANKA-KALA-BADGE-PARIDHAN.-1-1024x607.jpg)
ଯାଜପୁର (ସଙ୍କେତ ଖବର): ରାଜ୍ୟ ସରକାର ଫର୍ମାସିଷ୍ଟ ମାନଙ୍କ ପ୍ରତି ଅବହେଳା ମନୋଭାବ ପ୍ରଦର୍ଶନ କରୁଥିବାରୁ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ଆହ୍ଵାନ କ୍ରମେ ଚଳିତ ମାସ ତା ୭ ରିଖ ଦିନ ଯାଜପୁର ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତି କରାଇ ତା ୧୦ ରିଖ ଠାରୁ କଳା ବ୍ୟାଚ୍ ପରିଧାନ କରୁଛନ୍ତି । ରାଜ୍ୟର ରେ କରୋନା ମହାମାରୀ ଆତଙ୍କର ଘଡିସନ୍ଧି ମୁହୂର୍ତରେ ସରକାରଙ୍କ କାର୍ଯ୍ୟକୁ ସଠିକ ରୂପାୟନ କରିବା, ଜନସାଧାରଣଙ୍କୁ ନିରବଛିର୍ଣ୍ଣ ସେବା ପ୍ରଦାନ କରିବା ସହ ସରକାରଙ୍କ ସକାରାତ୍ମକ ଚିନ୍ତାକୁ ସଂଘ ସମ୍ମାନ ଜଣାଉଛି । ଏଥିପାଇଁ ରାଜ୍ୟ ସଂଘର ନିଷ୍ପତିକୁ ସମ୍ମାନ ଓ ସହମତି ଦେଇ ଯାଜପୁର ଜିଲ୍ଲା ସଂଘର ସମସ୍ତ ଫାର୍ମାସିଷ୍ଟ ଆଜ ଠାରୁ କଳା ବ୍ୟାଚ୍ ପରିଧାନ କରି ଅସନ୍ତୋଷର ପ୍ରତୀକ ପ୍ରଦାନ ପୂର୍ବକ ସରକାରଙ୍କ ସମସ୍ତ କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଓ ସଠିକ ଭାବରେ ସମାପନ କରିବାର ନିଷ୍ପତ୍ତି ନେଇଛନ୍ତି ।
ଯଦି ସରକାର ଗଠନ ମୂଳକ ପଦକ୍ଷପ ନ ନିଅନ୍ତି ଫାର୍ମାସିଷ୍ଟ ମାନେ ଆସନ୍ତା ତା ୨୦ ରିଖ ଠାରୁ କେବଳ ତାଙ୍କ ନିଜସ୍ଵ କାମ ତଥା ଔଷଧ ବିତରଣ କାର୍ଯ୍ୟ ଛଡା ଅନ୍ୟ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଫାର୍ମାସିଷ୍ଟ ମାନଙ୍କର ବହୁଦିନର ନାର୍ଯ୍ୟ ଦାବି ରହିଥିଲା ଯେ ବିକୃତ କ୍ୟାଡର ର ପୁନର୍ଗଠନ, ପଦୋନ୍ନତି, ଆର.ଏ.ସି.ପି.ର ଅସଙ୍ଗତି ଦୂରୀକରଣ, ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ନିର୍ଧାରଣ ଓ ନୂତନ ନାମକରଣ, ନୂତନ ଜବ୍ ଚାଟ୍ ଇତ୍ୟାଦି ଗୁଡିକ ପୂରଣ କରିବା ପାଇଁ ଯାଜପୁର ଜିଲ୍ଲା ସଂଘର ସଭାପତି ଶଚିକାନ୍ତ ରାଉଳ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ଧଳ, ଊପଦେଷ୍ଟା ପ୍ରଣବ ଦାସ ଓ ମୃତ୍ୟୁଞ୍ଜୟ ଦାସ, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ ଓ ସରୋଜ କୁମାର ରାଉତରା, କୋଷାଧ୍ୟକ୍ଷ ଲଲାଟେନ୍ଦୁ ପତି, ଧନଞ୍ଜୟ ମିଶ୍ର, ନାରାୟଣ ମହାପାତ୍ର, ରାଜେଶ ଦାସ, ପ୍ରସନ୍ନ ପଣ୍ଡା, ଜୟନ୍ତ ବେହେରା, ଜୟନ୍ତ ମହାନ୍ତି, ନନ୍ଦକିଶୋର ବେହେରା, ଅମରେଶ ଦାସ, ବିଜ୍ଞାନ ରାୟ, ସୁଶାନ୍ତ ସ୍ଵାଇଁ, ଦିପ୍ତିରଞ୍ଜନ ମଲ୍ଲିକ, ଯଶୋବନ୍ତ ମିଶ୍ର, କାର୍ତିକ ଚନ୍ଦ୍ର ସାମଲ ପ୍ରମୁଖ ଦାବି କରିଛନ୍ତି ।