ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

0

ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର(ସଂକେତ ଖବର)ବିଶ୍ଵ ଓଡ଼ିଶା ସମାଜ(ବିଓସ)ର ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣ ତୀବ୍ର ହୋଇଥିବା ଯୋଗୁଁ କୌଣସି ଉତ୍ସବ ପାଳନ ନ କରାଯିବା ପାଇଁ ସମାଜ ତରଫରୁ ନିଷ୍ପତ୍ତି କରାଯାଇଥିଲା। ପ୍ରଥମ ସ୍ଵନକ୍ଷତ୍ର ଦିବସକୁ ଅତ୍ୟନ୍ତ ନିରାଡମ୍ବର ଓ ସାଙ୍କେତିକ ଢଙ୍ଗରେ ମନାଯାଇଥିଲା।
ବିଶ୍ଵ ଓଡ଼ିଶା ସମାଜ ବିଶ୍ଵବ୍ୟାପି ଓଡ଼ିଆଙ୍କର ସର୍ବୋଚ୍ଚ ସଂଗଠନ ଅଟେ। ସାରା ପୃଥିବୀରେ ଓଡ଼ିଆ ସମ୍ପ୍ରଦାୟର ହିତ, ସାଧନ ଓ ସ୍ୱାର୍ଥ ସୁରକ୍ଷା ପାଇଁ ଏହା କାର୍ଯ୍ୟ କରି ଆସୁଛି। ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜ, ପ୍ରବାସୀ ଓଡିଆ ନେତୃବୃଦ ଏବଂ ଓଡ଼ିଶାର ଶୁଭେଚ୍ଛୁ ଏହାର ସଦସ୍ୟ ଅଛନ୍ତି। ପୃଥିବୀ ବ୍ୟାପି ଓଡ଼ିଆଙ୍କର ଏହି ଶୃଙ୍ଗ ସଂଗଠନ ୨୦୨୧ ମସିହା ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତିର ପବିତ୍ର ଅବସରରେ ଗଠନ କରାଯାଇଥିଲା। ଏବେ ଏହି ସଂସ୍ଥାରେ ସାରା ବିଶ୍ଵର ୫୬ ଟି ଦେଶର ଓଡ଼ିଆ ପ୍ରତିନିଧି ମାନେ ସାମିଲ ହୋଇଛନ୍ତି। ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ଏହାର ଅଧକ୍ଷ ଅଛନ୍ତି। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, କେନିୟା ର ଓଡ଼ିଆ ସାଂସଦ ଡ଼ଃ ସ୍ୱରୂପ ମିଶ୍ର, ଶୋଭାନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀ ଯଥାକ୍ରମେ ଏହାର ମୁଖ୍ୟ ପୃଷ୍ଠପୋଷକ, ମୁଖ୍ୟ ଉପଦେଷ୍ଟା ଓ ପ୍ରତିଷ୍ଠାତ୍ରୀ ଅଟନ୍ତି। ଆଜି ବିଶ୍ୱ ଓଡ଼ିଶା ସମାଜ ତରଫରୁ ବରିଷ୍ଠ ସଦସ୍ୟ ବଦ୍ରିନାଥ ମିଶ୍ର, ମଧୁସୂଦନ ମିଶ୍ର ଏବଂ ବିଶିଷ୍ଠ ବାଲୁକା ଶିଳ୍ପୀ ମାନସ ସାହୁ ପ୍ରମୁଖ ପୁରୀ ଶ୍ରୀ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ବିଓସ୍ ର ସ୍ଥାପନା ଦିବସ ଉପଲକ୍ଷେ ପ୍ରଦୀପ ପ୍ରଜ୍ବଳନ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ କାମନା କରିବା ସାଙ୍ଗକୁ କରୋନା ମହାମାରୀର ଦୂରୀକରଣ ପାଇଁ ପ୍ରାର୍ଥନା କରିଥଲେ। ଜାତୀୟ ରାଜଧାନୀ ନୂଆଦିଲ୍ଲୀର ହାଉସଖାସ ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ବିଓସ ର ଅଡିଟର ସୁଧୀର ଦାଶ, ମହିଳା ଶାଖାର ଉପସଭାପତି ରିତା ପାତ୍ର ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ସଂସ୍ଥାର ଉତ୍ତରୋତ୍ତର ଉନ୍ନତି ଓ ମାନବ ସମାଜର କଲ୍ୟାଣ ପାଇଁ ଦୀପ ଦାନ କରିବା ସହିତ ସମୂହ ପ୍ରାର୍ଥନା କରିଥିଲେ। ସେହିପରି ବିଶ୍ଵ ଓଡ଼ିଶା ସମାଜର ପ୍ରେସିଡିୟମ୍ ସଦସ୍ୟ ବଦ୍ରି ମହାପାତ୍ର ଏବଂ ଶୁଭେଚ୍ଛୁ ମାନେ ଅହମ୍ମଦାବାଦସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଭୁବନେଶ୍ୱର ଠାରେ ବିଶ୍ଵ ଓଡ଼ିଶା ସମାଜର ଅଧକ୍ଷ କିଶୋର ଦ୍ଵିବେଦୀ, ଯୁବ ସଦସ୍ୟ ନନ୍ଦନ ଦ୍ବିବେଦୀ , ଅଷ୍ଟ୍ରେଲିଆର ଡଃ ନଳିନୀ ପତି, ଡଃ ପ୍ରଭାତ ପାଣିଗ୍ରାହୀ, ନିଉଜିଲ୍ୟାଣ୍ଡର ପ୍ରେମ ନେପାକ, କାନାଡା ର ତନ୍ମୟ ପଣ୍ଡା, ଡଃ ସୁନନ୍ଦା ମିଶ୍ର ପଣ୍ଡା, ଡଃ ଚିଦାତ୍ମିକା ଖଟୁଆ, ରାମକୃଷ୍ଣ ଦାଶ, ଆଇନଜିବୀ ପ୍ରଶାନ୍ତ ସାହୁ ପ୍ରମୁଖ ସ୍ଥାପନା ଦିବସ ପାଳନ କରିଥିବା ସୂଚନା ମିଳିଛି ।ପ୍ରଥମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଓସ ର ସଦସ୍ୟ ଓ ଶୁଭେଚ୍ଛୁ ମାନେ ସାରା ବିଶ୍ଵର ବିଭିନ୍ନ ଜଗନ୍ନାଥ ମନ୍ଦିର, ହିନ୍ଦୁ ମନ୍ଦିର, ଐତିହାସିକ ସ୍ଥଳ ମାନଙ୍କରେ ଦୀପ ଦାନ, ମହମବତୀ ପ୍ରଜ୍ଵଳନ ଏବଂ ବିଓସ ର ପ୍ରାଚୀର ପତ୍ର ପ୍ରଦର୍ଶନ କରି ଏହି ଶୁଭ ଦିବସକୁ ପାଳନ କରିଥିବା ଜଣା ଯାଇଛି। ଆମେରିକା ର ଧୀରେନ୍ଦ୍ର କର , ଅକ୍ଷୟ ମହାନ୍ତି , ମସ୍କୋ ର ସନ୍ତୋଷ ମିଶ୍ର , ଲଣ୍ଡନ ର ଡ଼ଃ ଜୟଶ୍ରୀ ନନ୍ଦ , ମଞ୍ଚେଷ୍ଟର ର ଶିବ ରଞ୍ଜନ ବିଶ୍ୱାଳ, ଜାପାନ ରେ କୁନା ଦାଶ, ଆୟର୍ଲାଣ୍ଡ ର ଶ୍ରିମାରାଣୀ ଦାସ ,ଦୁବାଇ ର ପ୍ରିତିଶ ଦାଶ , ସେଓଲ ର ସୀତାଂଶୁ ଶେଖର ନନ୍ଦ , ସିଙ୍ଗାପୁର ର ବନୋଜିନି ନାୟକ ଓ ଚିରଞ୍ଜିବି ସ୍ୱାଇଁ ପ୍ରମୁଖ ବିଶ୍ୱ ଓଡିଶା ସମାଜ ର କର୍ମକର୍ତା ମାନେ ସେମାନଙ୍କର ଦେଶରେ ବି ଓ ସ ର ସ୍ଥାପନା ଦିବସ ପାଳନ କରିଥିବା ପ୍ରାପ୍ତ ସଂବାଦରୁ ପ୍ରକାଶ।

Leave a Reply

Your email address will not be published. Required fields are marked *

You cannot copy content of this page