ଯାଗୃତି ପରିବାର ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-22-at-9.28.57-PM.jpeg)
ବରୀ (ସଙ୍କେତ ଖବର): ବରୀ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଯୁବ ଯାଗୃତି ପରିବାର ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସାଇକେଲ ଶୋଭା ଯାତ୍ରା ବାଲିବିଲି ସାଇମନ୍ଦିର ପରିସରରୁ ବାହାରି କାଇପଡ଼ା ଗୋଲାହାଟ ରେ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଯୁବ ଯାଗୃତି ପରିବାର ର ସମସ୍ତ ସଦସ୍ୟଙ୍କ ସହିତ ବରୀ ରାମଚନ୍ଦ୍ରପୁର ଥାନା ଅଧିକାରୀ ଅଜୟ କୁମାର ଜେନା ,ବରୀ ତହସିଲଦାର ମାନସ ରଞ୍ଜନ ଭୋଇ,ବରିଷ୍ଟ ସମାଜ ସେବୀ ହୃଷୀକେଶ ମିଶ୍ରଙ୍କ ସହିତ କାଇପଡା ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-22-at-9.28.56-PM.jpeg)
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ମାନିତ ଅତିଥି ବୃନ୍ଦ କୋରନା ସଚେତନତା ବିଷୟରେ ଲୋକମାନଙ୍କୁ ସଚେତନା କରାଇଥିଲେ । ସଭା ଶେଷରେ ଯୁବ ଯାଗୃତି ପରିବାର ତରଫରୁ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଏହି ମହାମାରୀ ସମୟ ରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟାମାନେ କିପରି ସୁରକ୍ଷିତ ରେ ରହିପାରିବେ ସେ ବିଷୟରେ ଲୋକ ମାନଙ୍କୁ ସଚେତନା କରାଇଥିଲେ ।