ଚମ୍ପଟ କଏଦୀକୁ ଡାକ୍ତଖାନା ସୁରକ୍ଷାକର୍ମୀଙ୍କ ଦ୍ୱାରା କାବୁ

0

ଯାଜପୁର (ସଙ୍କେତ ଖବର): ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସି ଫେରାର ହୋଇ ଯାଉଥିବା ବିଚାରାଧିନ କଏଦୀକୁ କାବୁ କଲେ ଜେଲ କର୍ମଚାରୀ। ଆଜି ଯାଜପୁର ମୁଖ୍ୟ ଡାକ୍ତରଖାନାର ମେଡିସିନ ୱାର୍ଡକୁ ଚିକିତ୍ସିତ ହେବାକୁ ଆସିଥିଲେ ଯାଜପୁର ରୋଡ ସବଜେଲର ବିଚାରାଧିନ କଏଦୀ ଶେଖ୍ ହାରିଫ । ତାଙ୍କର ଚିକିତ୍ସା ଚାଲୁଥିବା ସମୟରେ ପାଇଖାନା ଯିବାକୁ କହିଥିଲେ। ପାଇଖାନାକୁ ଯାଇ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ।ଜେଲ କର୍ମଚାରୀଙ୍କୁ ଚକମା ଦେଖାଇ ଫେରାର ହୋଇଯାଇଥିଲେ। କିଛି ସମୟ ଖୋଜାଖୋଜି କରିବା ପରେ ଡାକ୍ତରଖାନାର ସହାୟତାରେ ଜେଲ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ଚିକିତ୍ସା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page