ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗ ରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ଶୋକ ।

0

ଯାଜପୁର (ସଙ୍କେତ ଖବର): ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ ହୋଇଛି । କିଛିଦିନ ହେଲା ସେ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଉଭୟ ଓଡିଆ ଏବଂ ଇଂରାଜି ସାମ୍ବାଦିକତା ସହ ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ । ୧୯୬୫ ମସିହାରେ ଇଂରାଜୀ ପତ୍ରିକା ଇଷ୍ଟର୍ଣ୍ଣ ଟାଇମ୍ସରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ‘ଯେ ଦେଶେ ଯାଇ ସେ ଫଳ ଖାଇ’ ସମେତ ୧୬ଟି ପୁସ୍ତକ ରଚନା କରିଯାଇଛନ୍ତି। ପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡ଼ିଶା ଭଳି ଅନେକ ପୁସ୍ତକ ରଚନା କରି ପାଠକ ଙ୍କ ଦ୍ଵାରା ବେଶ ଆଦୃତ ହୋଇପାରିଥିଲେ । ବସନ୍ତ ଙ୍କ ବିୟୋଗରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କ ଶୋକ ବାର୍ତ୍ତା ରେ ବସନ୍ତ ଦାସ ଓଡ଼ିଶାର ସ୍ୱାର୍ଥ ସମ୍ୱଳିତ ଅନେକ ପ୍ରସଙ୍ଗକୁ ନେଇ ନିଜ ଲେଖା ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରୁଥିଲେ। ସାହିତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ବସନ୍ତ ଦାସ ଥିଲେ ମୋର ବାଲ୍ୟ ବନ୍ଧୁ। ତାଙ୍କର ବିୟୋଗରେ, ଓଡ଼ିଶା ସାମ୍ବାଦିକତା ଆକାଶରେ ଏକ ଉଜ୍ୱଳ ନକ୍ଷତ୍ରର ଅବସାନ ଘଟିଲା ବୋଲି ପୂର୍ବତନ ଅର୍ଥମନ୍ତ୍ରୀ କହିଛନ୍ତି। ଏଭଳି ଦୁଃଖଦ ମୁହୂର୍ତ୍ତରେ ସହପାଠୀ ବସନ୍ତ ଦାସଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ଶକ୍ତି ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page