ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ,ସମୁଦ୍ର ଭିତରେ ୩୯ ଜଣ ମତ୍ସ୍ୟଜୀବୀ

ଭୂବନେଶ୍ୱର(ସଙ୍କେତ ଖବର): ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ କଲେ ଆଲୋଚନା। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ କରି ସ୍ଥିତିର କଲେ ସମୀକ୍ଷା ।ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ବର୍ତ୍ତମାନ ୩୯ ଜଣ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ରହିଛନ୍ତି । ସେମାନଙ୍କୁ ଆଜି ସକାଳ ସୁଦ୍ଧା ଫେରାଇ ଅଣାଯିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି । ଭାରତୀୟ କୋଷ୍ଟ ଗାର୍ଡର ଡିଆଇଜିଙ୍କ ରିପୋର୍ଟ ଅନୁଯାୟୀ ତାଙ୍କର ଦୁଇଟି ଉଡାଜାହାଜ ଓ ଜାହାଜ ମଧ୍ୟ ବଙ୍ଗୋପ ସାଗରରେ ପଇନ୍ତରା ମାରୁଛନ୍ତି । ଯେଉଁଠି କିଛି ମତ୍ସ୍ୟଜୀବୀ ପାଇବେ ସେମାନଙ୍କୁ ଫେରାଇ ଆଣିବାକୁ ବନ୍ଦୋବସ୍ତ କରିବେ । ଇଣ୍ଡିଆନ ନ୍ୟାଭି ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଯଦି ଆବଶ୍ୟକ ପଡେ ଉଦ୍ଧାର କାର୍ଯ୍ୟ କରିବ । ଏନିଡ଼ିଆରଏଫର ୧୭ ଟି ଟିମ ଓ ଓଡ୍ରାଫର ୨୦ ଟି ବାଟାଲିଅନ ଏବଂ ଫାୟାର ସର୍ଭିସର କୋଷ୍ଟାଲ ଏରିଆରେ ଥିବା ସମସ୍ତ ଟିମ ଓ ତାହା ସହିତ ବାହାରୁ ଅଧିକ ୧୦୦ ରୁ ଅଧିମ ଟିମ ଆସିବେ । ଓଡିଶା ବନ ନିଗମ ମଧ୍ୟ ସମଗ୍ର ରାଜ୍ୟରୁ କଟର ଷ୍ଟ୍ରିମ ଆଣିବେ । ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକରେ ସାମାଜିକ ଦୂରତାର ସହ ଲୋକ ମାନଙ୍କୁ ରଖାଯିବ ।