ଜୁମ୍ ଭିଡ଼ିଓ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ

0

ବାଲିଗୁଡ଼ା (ସଙ୍କେତ ଖବର): ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳନ ହୋଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ଉପସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ପ୍ରଥମେ ରାଜ୍ୟ ସରକାର କଳାକାର ମାନଙ୍କ ପ୍ରତି ଧ୍ୟାନ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ବିଲୁପ୍ତ ପ୍ରାୟ ଲୋକକଳାକୁ ସରକାର ପୁନରୁଦ୍ଧାର ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରି ସଚେତନ କାର୍ଯ୍ୟକ୍ରମ ଲୋକକଳା ଗ୍ରାମ ଏବଂ ପ୍ରାଚୀନ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଗାଁ ଗାଁରେ ଭାଗବତ ଟୁଙ୍ଗି ନିର୍ମାଣ କରିବା ପାଇଁ ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା ।

ବିଶ୍ଵ ମହାମାରୀ କରୋନାର କରାଳ ଛାୟାରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକ ପେଶି ହେଉଥିବା ବେଳେ କଳାକାରଙ୍କୁ କାମ ଯୋଗାଇଦେବାକୁ ସରକାରଙ୍କୁ ନିବେଦନ କରାଯାଇଥିଲା । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ରେ ମିଳୁଥିବା କଳାକାର ଭତ୍ତା ନୈରାଶ୍ୟ ଜନକ । ବହୁ ଦୁସ୍ଥ ଲୋକ କଳାକାର ଏବେ ପରିଣତି ବୟସ ରେ ରହି ଜୀବନ ସହିତ ସଂଗ୍ରାମ କରି ଭତ୍ତା ଅପେକ୍ଷାରେ ରହିଛନ୍ତି । ସେହିଭଳି ବାଲିଗୁଡ଼ା ବ୍ଲକରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ପ୍ରୟାସ କରିବାକୁ ବ୍ଲକ୍ ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା ପ୍ରସ୍ତାବ ରଖିଥିଲେ । ଏହି ଦିବସ ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି କହଁର କାର୍ଯ୍ୟାଳୟ ପ୍ରମୁଖ ନରେଶ କୁମାର, ବାଲିଗୁଡ଼ା ବ୍ଲକ୍ ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା ତୁଡ଼ିବନ୍ଧ ବ୍ଲକ୍ ଉପସଭାପତି ସଦାନନ୍ଦ ପରାସେଠ, ସୀମାଞ୍ଚଳ ମାଝୀ, ଶତପତି ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସତ୍ୟ ନାରାୟଣ ଭୁକ୍ତା ଓ ଜୁନୁସ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page