ମଉରିଆଚୁଆ-ସିଦ୍ଧେଶ୍ୱର ମୁଖ୍ୟ ରାସ୍ତା ଶୋଚନୀୟ, ନିଜ ଅର୍ଥରେ ରାସ୍ତା ମରାମତି କଲେ ଗ୍ରାମବାସୀ
![](https://www.sanketkhabar.com/wp-content/uploads/2021/06/IMG-20210620-WA0000-1024x562.jpg)
ଦଶରଥପୁର (ସଙ୍କେତ ଖବର): ମାସେ ନୁହେଁ କି ବର୍ଷେ ନୁହେଁ । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ମଉରିଆଚୁଆ ଛକ ଠାରୁ ସିଦ୍ଧେଶ୍ୱର ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ମରାମତି ଅଭାବରୁ ସୋଚନିୟ ହୋଇପଡିଛି । ସାମାନ୍ୟ ବର୍ଷାରେ ଏହି ରାସ୍ତାରେ ଯାତାୟତ କରିବାକୁ ଲୋକେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହୋଇଥିବା ଏହି ରାସ୍ତାର କିଛି ଅଂଶକୁ ଆକ୍ରୋଶ ମୂଳକ ଭାବେ ନିର୍ମାଣ କରାଯାଇ ନଥିବାରୁ ଦୀର୍ଘଦିନ ହେବ ରାସ୍ତାରେ ଗମନାଗମନ କଷ୍ଟକର ହୋଇପଡିଛି ।
![](https://www.sanketkhabar.com/wp-content/uploads/2021/06/IMG_20210620_130204.jpg)
ବିଭିନ୍ନ ସମୟରେ ଗ୍ରାମାବସୀ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ କର୍ତ୍ତୁପକ୍ଷଙ୍କ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି । ଏବେ ବର୍ଷାଦିନ ଆରମ୍ଭ ହୋଇଯାଇଥିବାରୁ ରାସ୍ତାର ଏକାଧିକ ସ୍ଥାନରେ ସୃଷ୍ଟି ହୋଇଥିବା ଖାଲଖମାର ଗୁଡିକରେ ବର୍ଷାପାଣି ଭର୍ତ୍ତିହୋଇ ଯାତାୟତ ସମସ୍ୟା ଉପୁଯୁଛି । ତେବେ ଗତକାଲି ଯୁବ କଂଗ୍ରେସ ନେତା ପୁଲିନ୍ ପ୍ରକାଶ ପୁହାଣଙ୍କ ନେତୃତ୍ୱରେ ବୈଦ୍ୟନାଥ ବେହେରା, ବୃନ୍ଦାବନ ସାହୁ, ଦେବେନ୍ଦ୍ର ପୁହାଣ, ଶ୍ରୀହରି ମୁଦୁଲି, ସରୋଜ ସ୍ୱାଇଁ, ବ୍ରଜକିଶୋର ବାରିକ, ପ୍ରମୋଦ କୁମାର ପୁହାଣ, ରାଜେନ୍ଦ୍ର କୁମାର ବାରିକ, ସୌମ୍ୟଜିତ୍ ପୁହାଣ, ଟୁକୁ ମୁଦୁଲି, ବିରେନ୍ଦ୍ର ପୁହାଣ, ଗଦାଧର ପୁହାଣ, ସନ୍ତୋଷ ନାୟକ, ବାବାଜି ପୁହାଣ, ଅଭୟ ନାୟକ, ଦିଲ୍ଲୀପ ବାରିକ, ଭାସ୍କର ଚନ୍ଦ୍ର ସ୍ୱାଇଁ, ସତ୍ୟଜିତ୍ କୁଆଁର, ଅମରବିଳାସ କୁଆଁର, ବିପିନ୍ ବିହାରୀ ନାୟକ, ପ୍ରଭାସ ସ୍ୱାଇଁ, ହୃଷିକେଶ ସ୍ୱାଇଁ, ନିରଞ୍ଜନ ନାୟକ, ଭରତ ଚନ୍ଦ୍ର ଯେନା, ପ୍ରଶାନ୍ତ ଜେନା ଓ ପ୍ରଶାନ୍ତ ମଲ୍ଲିକ ପ୍ରମୁଖଙ୍କ ସମେତ ଗ୍ରାମବାସୀ ନିଜ ଅର୍ଥରେ ରାସ୍ତାରେ ବାଲି ପକାଇ ରାସ୍ତା ମରାମତି କରିଥିଲେ । ତେବେ ଆଗାମି ୧୦ ଦିନ ମଧ୍ୟରେ ବିଭାଗୀୟ କର୍ତ୍ତୁପକ୍ଷ ଉକ୍ତ ରାସ୍ତା ନିର୍ମାଣ ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କଲେ ଗ୍ରାମାବସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।