ପରିତ୍ୟକ୍ତ ପୋଖରୀରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

0

ଯାଜପୁର(ସଙ୍କେତ ଖବର): ଯାଜପୁର ସଦର ଥାନା ଅଧିନ ସାହସ ପୁର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ ଜୟନ୍ତ ବାରିକ ଙ୍କ ପତ୍ନୀ ରଶ୍ମିତା ବାରିକ (୩୨) ଘର ପାଖ ଏକ  ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପୋଖରୀ ପାଣି ଭିତରେ ପଡି ଯାଇଥିଲେ ବୋଲି ସ୍ବାମୀ କହିଛନ୍ତି । ଘର ଲୋକେ ବରୀ ଦମକଳ କେନ୍ଦ୍ର ର କର୍ମଚାରୀକୁ ଖବର ଦେବାରୁ କର୍ମଚାରୀ ମାନେ ପହଞ୍ଚି ବହୁତ ଖୋଜା ଖୋଜି ପରେ ପାଖରେ ଥିବା ପରିତ୍ୟକ୍ତ ପୋଖରୀ ରୁ ନିଖୋଜ ରଶ୍ମିତା କୁ ଉଦ୍ଧାର କରିଥିଲେ । ଘର ଲୋକ ରଶ୍ମିତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ କୁ ନେବାପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page