ଗେଙ୍ଗୁଟି ନଦୀକୂଳରେ ଥିବା କିଆ ବୁଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର
![](https://www.sanketkhabar.com/wp-content/uploads/2021/05/images-5.jpg)
ଯାଜପୁର(ସଙ୍କେତ ଖବର): ଯାଜପୁର ଜିଲ୍ଲା ବୈରୀ ଥାନା ଚମ୍ପାପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗେଙ୍ଗୁଟି ନଦୀକୂଳରେ ଥିବା କିଆ ବୁଦାରୁ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଶାଣି ନିକଟସ୍ଥ କିଆ ବୁଦାରେ ଜଣେ ମହିଳାଙ୍କ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଖବର ପାଇ ବୈରୀ ଥାନା ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି। ଘଟଣା ସ୍ଥାନରେ ଯାଜପୁର ଏସଡିପିଓ ଚିନ୍ମୟ ନାୟକ ମଧ୍ୟ ଉପସ୍ଥିତ ଥିଲେ । ତେବେ ମୃତ ମହିଳାଙ୍କ କୌଣସି ପରିଚୟ ମିଳିପାରି ନଥିବାବେଳେ ତାଙ୍କର ବୟସ ପ୍ରାୟ ୨୮ରୁ ୩୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ମୃତଦେହ ପଡିଥିବା ଅନତି ଦୂରରେ ଏକ କାଠ ଫାଳିଆ ସହିତ ମହିଳାଙ୍କ ଭ୍ୟାନିଟ, ସୁନାମୁଦି ଓ କିଛି ଗହଣା ପଡିଥିବା ଦେଖିବାକୁ ମିଳିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।