ବିଶ୍ୱ ଓଡ଼ିଆ ସମାଜ ପକ୍ଷରୁ ଦୁଶ୍ଚିନ୍ତା ନିବାରଣ ଭର୍ଚୁଆଲ ସମ୍ମିଳନୀ

0

ଭୁବନେଶ୍ୱର (ସଙ୍କେତ ଖବର): କୋଭିଡ ମହାମାରୀକୁ ପରାଜିତ କରିବାକୁ ହେଲେ ମାନବ ସମାଜକୁ ସୁସ୍ଥ, ସନ୍ତୁଷ୍ଟ ଏବଂ ସତେଜ ରହିବା ପାଇଁ ସଂକଳ୍ପବଦ୍ଧ ପ୍ରୟାସ କରିବାକୁ ଆମେରିକାସ୍ଥିତ ପ୍ରସିଦ୍ଧ ପ୍ରେରଣା ଦାୟକ ବକ୍ତା ମନୋଜ ଯୋଶୀ ଓ ହାସ୍ୟ ଅଭିନେତା କୁନା ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ବିଶ୍ଵ ଓଡ଼ିଶା ସମାଜ, ଅଷ୍ଟ୍ରେଲିଆର ଓଡ଼ିଆ ସମାଜ(ଓରିଓଜ୍) ଏବଂ ଭାରତୀୟ ଯକୃତ ରୋଗୀ ପ୍ରତିଷ୍ଠାନ(ଆଇ.ଏଲ.ପି.ଏଫ୍)ର ମିଳିତ ଆନୁକୁଲ୍ୟରେ ଆୟୋଜିତ ‘‘ସାନ୍ତ୍ଵନାର ଅନ୍ୱେଷଣ’’ ଶୀର୍ଷକ ଆନ୍ତର୍ଜାତିକ ଅନଲାଇନ ଆଲୋଚନା ଚକ୍ରରେ ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇ ଶ୍ରୀ ଯୋଶୀ ଓ ଶ୍ରୀ ତ୍ରିପାଠୀ ବର୍ତ୍ତମାନର କରୋନା କାଳରେ ନାକାରାତ୍ମକ ଭାବନାକୁ ଦୂରେଇ ଦେଇ ସାକାରାତ୍ମକ ଚିନ୍ତାଧାରାକୁ ଆପଣେଇବା ପାଇଁ ନିବେଦନ କରିଥିଲେ। ସମସ୍ୟାକୁ ସୁଯୋଗରେ ପରିଣତ କରି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମଣିଷ ଖୁସିର ଅନୁସନ୍ଧାନ କରିପାରିଲେ ଦୁଶ୍ଚିନ୍ତା ରୁ ମୁକ୍ତି ମିଳିବ ଏବଂ ଚିରନ୍ତନ ତୃପ୍ତି ଲାଭ ହେବ ବୋଲି ମନୋଜ ଯୋଶୀ ଦର୍ଶାଇଥିଲେ। ଭିଡିଓ କନଫରେସିଂ ଜରିଆରେ ବୈଠକକୁ ସମ୍ବୋଧନ କରି ଚିତ୍ର ତାରକା କୁନା ତ୍ରିପାଠୀ, ମନରୁ ଡର, ଭୟ, ଦୁଶ୍ଚିନ୍ତା ଏବଂ ଆଶଙ୍କା କୁ ଦୂରେଇ ଦେଇ ବିଶ୍ଵଭରି ସୁଖ, ଶାନ୍ତି,ସନ୍ତୁଷ୍ଟି ଓ ଶ୍ରଦ୍ଧାର ତରଙ୍ଗକୁ ସଂଚାର କରିବା ସାଙ୍ଗକୁ କରୋନା ରୁ ଉଦ୍ଧାର ପାଇବା ପାଇଁ ସାମୁହିକ ପ୍ରାର୍ଥନା କରିବାକୁ ପ୍ରସ୍ତାବ ଦେଇଥିଲେ। ସ୍ବାଗତ ଭାଷଣ ପ୍ରଦାନ କରି ବିଶ୍ଵ ଓଡ଼ିଶା ସମାଜର ଅଧକ୍ଷ କିଶୋର ଦ୍ଵିବେଦୀ , କରୋନା ଭୂତାଣୁ ମାନବ ଜୀବନର ଉତ୍ପତ୍ତି, ପରିଚିତି ଓ ନିସ୍କୃତିର ପରିଭାଷାକୁ ବଦଳାଇ ଦେଇଥିବା ଉଲ୍ଲେଖ କରିଥିଲେ।
ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ତଥା ସୁନାମଧନ୍ୟ ଚିକିତ୍ସାବିତ ଡଃ ନଳିନୀ ପତି, ଆଗାମୀ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ ଆମକୁ ଭୂତାଣୁ ସହିତ ଚଳିବାକୁ ପଡିବ ଏବଂ ତଦନୁଯାଇ ଜୀବନଶୈଳୀକୁ ପରିବର୍ତ୍ତନ କରି ମହାମାରୀର ପ୍ରତିଷେଧକ ବ୍ୟବସ୍ଥା ପ୍ରତି ସର୍ବାଧିକ ଅଗ୍ରାଧିକାର ଦେବାକୁ ପଡ଼ିବ ବୋଲି ସୂଚାଇ ଥିଲେ। ନିଜର ବିଶେଷଜ୍ଞ ମତାମତ ପ୍ରଦାନକରି ଆଇ.ଏଲ.ପି.ଏଫ୍ ର ପ୍ରତିଷ୍ଠାତା ଡଃ ଅଶୋକ ଚୌଧୁରୀ, ସାଂପ୍ରତିକ ଭୟଙ୍କର ସଙ୍କଟ ରୁ ନିବୃତ୍ତି ପାଇବା ପାଇଁ ପ୍ରତ୍ୟେକ ଜନସାଧାରଣ ଉଭୟ ଡାକ୍ତରୀ ଟିକା ଏବଂ କୋଭିଡ୍ ପ୍ରୋଟୋକଲ ପାଳନଋପି ସାମାଜିକ ଟିକା କୁ ଗ୍ରହଣ କରିବାକୁ ନିବେଦନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବ୍ରିସବେନରୁ ସ୍ଵାତୀ ଦାଶ ସୂଚାରୁ ରୂପେ ସଂଯୋଜନା କରିଥିଲେ। ଭର୍ଚୁଆଲ ସଭା ଆରମ୍ଭ ରେ କୋଭିଡ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅମିତ ମିଶ୍ର, କସ୍ତୁରିକା ପଟ୍ଟନାୟକ, ଶେଖର ମହାପାତ୍ର, ସତ୍ୟ ଦାଶ, ପୁଷ୍ପାଞ୍ଜଳି ବାରିକ, ରିତା ପାତ୍ର, ଗୋବିନ୍ଦ ଚନ୍ଦ୍ର ବେହେରା, ରାମପ୍ରସାଦ ମହାନ୍ତି, ଉମାକାନ୍ତ ପାଣି, ବରଦା ଦାସ, କୃପାନିଧି ବିଶ୍ଵାଳ, ବିନାୟକ ଦାସ, ଅମୀୟ ମିଶ୍ର, ଆଦ୍ରିସ୍ ବ୍ରହ୍ମଦତ୍ତ, ଦୀନେଶ ମହାନ୍ତି, ଶିବ ରଂଜନ ବିଶ୍ଵାଳ, ପ୍ରିତୀଶ ଦାଶ, ଦୀନବନ୍ଧୁ ସାହୁ, ଜଗବନ୍ଧୁ ମୁଦୁଲି, ଡଃ ସରୋଜିନୀ ପାଣି, ରୁଦ୍ର ଆଚାର୍ଯ୍ୟ, ଶ୍ରୀମନ୍ତ ବିଶ୍ଵାଳ, ଅକ୍ଷୟ ମହାନ୍ତି, ହୀରଣ୍ୟ ମହାନ୍ତି, ଗୋପବନ୍ଧୁ ପଟ୍ଟନାୟକ, ଅନିତା ପଟ୍ଟନାୟକ, ଡଃ ରବି ନାରାୟଣ ବେହେରା, କୃଷ୍ଣ ନାୟକ, ହୃଷୀକେଶ ପାତ୍ର ଓ ସରିତା ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page