ଇଟା ମେସିନ ରେ ଚ଼ାପିହୋଇ ଯୁବକ ମୃତ଼

0

କେନ୍ଦୁଝର (ସଙ୍କେତ ଖବର): ଫ୍ଲାଇ ଆସ ଇଟା ତ଼ିଆରି ମେସିନରେ ଚ଼ାପିହୋଇ ଯୁବକଙ୍କ ମୃତ୍ୟୁ ।ମୃତ଼ ଯୁବକ ହେଲେ ଘସିପୁରା ବ୍ଲକ ଜଳନଣ୍ତା ଗ୍ରାମର ପ୍ରଫୁଲ୍ଲ ମୁଣ୍ତାଙ୍କ ପୁଅ ଲକ୍ଷ୍ମୀଧର (୨୦)।ଘଟଣାରୁ ପ୍ରକାଶ ଯେ, ୨୦ନଂ ଜାତ଼ୀୟ ରାଜପଥ ଠାକୁରପାଟଣା ନିକଟରେ ଥିବା ଇଟା ତ଼ିଆରି ମେସିନ ରେ କାମ କରୁଥିଲେ। ଆଜି ସେ କାମ କରୁଥିବାବେଳେ ଦିନ ସାଢେ ୧୨ଟାବେଳେ ମିକ୍ସର ମେସିନ ବେଲଟ ରେ ତ଼ାଙ୍କର ହାତ଼ ଲାଗି ଚ଼ାପି ହୋଇଯାଇଥିଲା । ପରେ କ୍ଷତ଼ବିକ୍ଷତ଼ ଅବସ୍ଥାରେ ତ଼ାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ମାତ୍ର ଚ଼ିକିତ୍ସାଧିନ ଅବସ୍ଥାରେ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଥିଲା । କେନ୍ଦୁଝର ଟାଉନ ଥାନା ପୋଲିସ ମେଡ଼ିକାଲରେ ପହଞ୍ଚି ଶବ ଜବତ଼ କରି ବ୍ୟବଛେଦ କରାଇଥିଲା। ଏନେଇ ଥାନା ରେ (୫୧/୨୧)ଏକ ଅପମୃତ଼ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *

You cannot copy content of this page