ଗଭୀର ନାଳରେ ବୁଡ଼ି ଯୁବକ ମୃତ

0

ଯାଜପୁର (ସଙ୍କେତ ଖବର): ମଙ୍ଗଳପୁର ଥାନା ଅଧିନସ୍ଥ ଥାଲକୁଡ଼ି ପଂଚାୟତର ଦକ୍ଷୀନବନ୍ଧ ଗ୍ରାମର ରାଜେନ୍ଦ୍ର ପଲାଇଙ୍କ ସାନ ପୁଅ ଜ୍ୟୋତିପ୍ରକାଶ ପଲାଇ ଆଜି ମଧ୍ୟାହ୍ନରେ ଗ୍ରାମ ନିକଟରେ ଥିବା ଏକ ଗଭୀର ନାଳରେ ସାଙ୍ଗ ମାନଙ୍କ ସହ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲା । ଗ୍ରାମର ଲୋକ ମାନେ ଖବର ପାଇ ତାକୁ ଉଦ୍ଧାର କରିବା ସହ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ । ମୁଖ୍ୟ ଚିକିତ୍ସାଳୟରେ ପହଂଚିବା ପରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଯାଜପୁର ଜିଲ୍ଲାର ଶେଷ ଭାଗ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଆରମ୍ଭରେ ଥିବା ଏହି ଗହିରୀଆ ନାଳଟିରେ ଚାଷ ଜମିକୁ ପାଣି ଯିବା ପାଇଁ ବ୍ୟବହାର କରାଯାଇଥାଏ । ଏହି ନାଳଟି କିଛି ଦିନ ହେବ ଖୋଳା ଯାଇଥିବାରୁ ଏହା ଗଭୀର ହୋଇଯାଇଥିବା ବେଳେ ଏଠି ବହୁ ସମୟରେ ଗୋରୁଗାଇ ମାନେ ପାଣି ପିଇବାକୁ ଆସି ମୃତ୍ୟୁ ବରଣ କରୁଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ମଙ୍ଗଳପୁର ପୋଲିସ୍ ଶବ ବ୍ୟବଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ଅଧିକ ତଦନ୍ତ ଚାଲୁ ରଖିଛି ।

Leave a Reply

Your email address will not be published. Required fields are marked *

You cannot copy content of this page