ସ୍ୱଧାରା ଗୃହରୁ ୩ ଜଣ ଅନ୍ତେବାସୀ ଫେରାର

0

ସୁବର୍ଣ୍ଣପୁର (ସଙ୍କେତ ଖବର): ସୁବର୍ଣ୍ଣପୁର ଜିଳ୍ଲା ବୀରମହାରାଜପୁର ଠାରେ ଥିବା ସ୍ୱଧାରା ଗୃହରୁ ୩ ଜଣ ଅନ୍ତେବାସି ଚମ୍ପଟ ମାରିଛନ୍ତି । ସୂଚନା ଅନୁସାରେ ସ୍ୱଧାର ଗୃହରେ ଥିବା ଅନ୍ତେବାସୀଙ୍କ ମଧ୍ୟରୁ ଗତ ୨ ବର୍ଷରୁ ଉର୍ଦ୍ଧ ହେଲା ଥିବା ଝାରସୁଗୁଡା ଅଂଚଳର ଗୋଟିଏ ମାଁ ଝିଅ ଏବଂ ଗତ ଏପ୍ରିଲ ମାସ ୨୬ ତାରିଖରେ ଆସିଥିବା ବିନକା ଥାନା ଅଂଚଳର ଜଣେ ଗର୍ଭବତି ମହିଳା ଫେରାର ହୋଇଯାଇଛନ୍ତି । ସ୍ୱଧାର ଗୃହରେ କୋଠରି ମଧ୍ୟରେ ଥିବା ଅନ୍ତେବାସି ମାନେ ଶୋଇଥିବା ବେଳେ ଅନ୍ୟ ଅନ୍ତେବାସି ମାନଙ୍କ ପାଖରେ ଥିବା କିଛି ଟଙ୍କା ଚୋରି କରି ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ସ୍ୱଧାର ଗୃହର ସୁପରିଟେଣ୍ଡେଂଟ । ଏନେଇ ସୁପରିଟେଣ୍ଡେଂଟ ଫୋନ ଯୋଗେ ବୀରମହାରାଜପୁର ଥାନାକୁ ଖବର କରିଥିବା ଜଣାପଡିଛି । ୨ ଜଣ ମହିଳାଙ୍କ ସମେତ ଜଣେ ଛୋଟ ଶିଶୁ ଥିବା ସେ କହିଛନ୍ତି । ତେବେ କେଉଁ କାରଣରୁ ସେମାନେ ପଳାଇଛନ୍ତି ତାହା ଜଣା ପଡିନାହିଁ । ସ୍ୱଧାର ଗୃହର କଡା ସୁରକ୍ଷା ଭିତରୁ କିଭଳି ଭାବେ ଆନ୍ତେବାସୀମାନେ ଫେରାର ହେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ସ୍ୱଧାର ଗୃହକୁ ଯୁବ ଜ୍ୟୋତି ଯୁବକ ସଂଘ ପରିଚାଳନା କରୁଛି ।

Leave a Reply

Your email address will not be published. Required fields are marked *

You cannot copy content of this page