ପୂର୍ବତଟ ରେଳପଥ ମଧ୍ୟଦେଇ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍

0

ଭୂବନେଶ୍ୱର (ସଙ୍କେତ ଖବର): ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି ।
ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ ଟ୍ରେନ
୦୨୪୪୯/୦୨୪୫୦ ଶାଲିମାର-ସିକନ୍ଦରାବାଦ୍- ଶାଲିମାର ସ୍ପେଶାଲ ଶାଲିମାରରୁ ୯ ଜୁନରୁ ୩୦ ଜୁନ ମଧ୍ୟରେ ବୁଧବାର ଦିନ ଅପରାହ୍ନ ୧୨ଘ.୨୦ମି.ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦ୍ ରୁ ୧୧ ଜୁନ ରୁ ୨ ଜୁଲାଇ ୨୦୨୧ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ସକାଳ ୪ ଘଟିକାରେ ଛାଡିବ ।
ଏହି ଟ୍ରେନରେ ଉଭୟ ଦିଗରୁ ଶାଲିମାର ଏବଂ ସିକନ୍ଦରାବାଦ୍ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୂବନେଶ୍ୱର,ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ସୋମପେଟା, ପାଲାସା, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ ।
ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ
୦୨୪୬୯/୦୨୪୭୦ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୧୦ରୁ ୨୪ ଜୁନ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡିବ । ଫେରିବା ପଥରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ୧୩ ରୁ ୨୭ ଜୁନ ମଧ୍ୟରେ ପ୍ରତି ରବିବାର ସକାଳ ୫ଘ. ୧୫ମି.ରେ ଛାଡିବ ।
ଏହି ଟ୍ରେନ ଉଭୟ ଦିଗରୁ ହାଓଡ଼ା ଏବଂ ଯଶୋବନ୍ତପୁର ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ । ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି ।
ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ଅବଧିକୁ ସାପ୍ତାହିକରୁ ଦ୍ୱି-ସାପ୍ତାହିକ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଅଛି ।
୦୨୮୩୫/୦୨୮୩୬ ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ହାତୀଆ ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ରବିବାର ଦିନ ୬ ଜୁନ୍ ରୁ ୨୭ଜୁନ୍ ମଧ୍ୟରେ ଛାଡିବ। ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ ଯଶୋବନ୍ତପୁର ଠାରୁ ପ୍ରତ୍ୟକ ଗୁରୁବାର ଏବଂ ମଙ୍ଗଳବାର ଦିନ ମାନଙ୍କରେ ୮ ଜୁନ୍ ରୁ ୨୯ ଜୁନ୍ ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ଏବଂ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ ।

Leave a Reply

Your email address will not be published. Required fields are marked *

You cannot copy content of this page