ସମ୍ଭାବ୍ୟ ବାତ୍ୟା ପାଇଁ 10 ଜିଲାରେ ଦୋକାନ ବଜାର ଖୋଲିବା ସମୟ ବଦଳିଲା

ଭୁବନେଶ୍ୱର(ସଙ୍କେତ ଖବର) ଆସୁଛି ସାମୁଦ୍ରିକ ଝଡ଼ “ୟାସ”। ଏଥିପାଇଁ ଉପକୂଳବର୍ତୀ ଜିଲା ମାନଙ୍କ ରେ ହାଇ ଆଲର୍ଟ କରାଯାଇଛି। ରାଜ୍ୟ ରେ ଗତ ଦୁଇ ଦିନ ଧରି ସପ୍ତାହନ୍ତ ସଟ ଡାଉନ ରହିଥିଲା। ସେଥିପାଇଁ ଲୋକେ ବଜାରରୁ କୌଣସି ଜିନିଷ ପତ୍ର କିଣା କିଣି କରି ପାରିନଥିଲେ। ବାତ୍ୟା ପାଇଁ ଅତ୍ୟାବଶ୍ୟକ ଜିନିଷ ପତ୍ର ର ଆବଶ୍ୟକତା ଥିବା ଦୃଷ୍ଟି ରୁ ବଜାରରେ ପ୍ରବଳ ଭିଡ ହେବାର ଆଶଙ୍କା ରହିଛି।
କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ବଜାର କେବଳ ସକାଳ 7ରୁ ଦିନ 11 ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। କିନ୍ତୁ ଆଜି ଓ ଆସନ୍ତା କାଲି ପାଇଁ ରାଜ୍ୟର 10ଟି ଜିଲା ରେ ଦୋକାନ ବଜାର ଖୋଲିବା ସମୟ ପରିବର୍ତ୍ତନ କରିବା ପାଇଁ ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବାଲେଶ୍ୱର,ଭଦ୍ରକ,ଯାଜପୁର,ଜଗତସିଂହପୁର,କେନ୍ଦ୍ରାପଡା, ମୟୁରଭଞ୍ଜ,କେଉଁଝର,ପୁରୀ,ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ସକାଳ 7ଟା ଠାରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲା ରହିବ। ଏହି ସମୟରେ ସାମାଜିକ ଦୂରତା ସହିତ କୋଭିଡ ଗାଇଡ଼ ଲାଇନ ମାନିବାକୁ ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।