ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଥାନା ଅଧୀକାରୀଙ୍କୁ ପ୍ରଶିକ୍ଷଣ ।

0

ଯାଜପୁର(ସଂକେତ ଖବର)କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଳ୍‌ାରେ ହେଊଥିବା ସଡକ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ଓ ଅନଲାଇନ ମାଧ୍ୟମରେ ସୂଚନା ଦେବାପାଇଁ ଏକ ପ୍ରଶିକ୍ଷଣ ଶିବିର ଗୁରୁବାର ଦିନ ଆୟୋଜିତ ହୋଇଯାଇଚ୍ଥି । ଜିଲ୍ଳ୍‌ାରେ ହେଊଥିବା ଦୁର୍ଘଟଣା ଗୁଡିକୁ ନିୟନ୍ତ୍ରଣ ଲାଗି ସମସ୍ତ ଥାନା ଅଧିକାରୀଙ୍କୁ ଏ ସଂପର୍କରେ ଆଭାସି ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଚ୍ଥି । ଦୁର୍ଘଟଣା ଜନିତ ମୋବାଇଲ ଆଇ.ଆର.ଏ.ଡି. (ଓଜଇଊ) ଆପ ମାଧ୍ୟମରେ ଦୁର୍ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି , ମୃତ୍ୟୁବରଣ କରିଥିବା ବ୍ୟକ୍ତି କିମ୍ୱା ମୃତ୍ୟୁବରଣ କରିଥିବା ବ୍ୟକ୍ତିର ସୂଚନା, ଗାଡିର ବିବରଣୀ, ଆର.ଟି.ଓ. ଙ୍କୁ ସୂଚନା, ଜିଲ୍ଳ୍‌ା ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ସହିତ ଗାଡି ଚାଳକ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଚ୍ଥି କି ନାହିଁ ସେ ସଂପର୍କିତ ପଂଟୋ, ଭିଡିଓ ଆଦିକୁ ଆପ୍ ମାଧ୍ୟମରେ ପଠାଇବା ପାଇଁ ତାଲିମ ଦିଆଯାଇଚ୍ଥି । ଥାନା ଅଧିନରେ ହେଊଥିବା ଦୁର୍ଘଟଣା ଗୁଡିକର କାରଣ ସଂପର୍କରେ ବିବରଣୀ କେନ୍ଦ୍ରକୁ ପ୍ରଦାନ କରିବା ସହିତ ତୁରନ୍ତ ଦୁର୍ଘଟଣାଜନିତ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇବା ଏହି ଆପ୍‌ର ମୂଳ ଲକ୍ଷ୍ୟ ବୋଲି ଜଣାପଡିଚ୍ଥି । କାର୍ଯ୍ୟକ୍ରମରେ ଜିଲ୍ଳ୍‌ାର ବିଭିନ୍ନ ଥାନାରୁ ପ୍ରାୟ ୨୫ ଜଣ ଥାନା ଅଧିକାରୀ ଯୋଗଦେଇ ମତାମତ ଦେଇଥିଲେ । ଊକ୍ତ ପ୍ରଶିକ୍ଷଣକୁ ଜିଲ୍ଳ୍‌ା ରୋଲ୍‌ଆଊଟ ମ୍ୟାନେଜର ଶୁଭେନ୍ଦୁ କୁମାର ଶତପଥୀ ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଯାଜପୁର ଜିଲ୍ଳ୍‌ା ସୂଚନା ବିଜ୍ଞାନ ଅଧିକାରୀ ସୁଧାଂଶୁ ମୋହନ ଶତପଥୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page