ଏକ୍ସ-ମେଟ୍ସ-୯୬ ବ୍ୟାଚ ପକ୍ଷରୁ ବୃକ୍ଷ ରୋପଣ

ଯାଜପୁର (ସଙ୍କେତ ଖବର): ଯାଜପୁର ବ୍ଲକ ମଲିକାପୁର ମୁଖ୍ୟରାସ୍ତା ପାର୍ଶ୍ୱରେ ଏକ୍ସ-ମେଟ-୯୬(Xmates 96) ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଶ୍ୱନୀ କୁମାର ଦାସଙ୍କ ନେତୃତ୍ୱରେ ମଲିକାପୁର ଠାରୁ ବୁଢା ବନ୍ଧ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ପାଖା ପାଖି ୧୦୦ ରୁ ଉର୍ଦ୍ଧ ଲିମ୍ବ, ବଉଳ, ଆକାସି ,କୃଷ୍ଣ ଚୁଡା ଆଦି ବୃକ୍ଷ ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ସହରର ୧୯୯୬ ବ୍ୟାଚର ବିଭିନ୍ନ ସ୍କୁଲର ଛାତ୍ର ମାନେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।
ବୃକ୍ଷରୋପଣ ପରେ ଏକ୍ସ-ମେଟ୍ସ-୯୬ (Xmates 96) ପକ୍ଷରୁ ମନୋରଞ୍ଜନ ନାୟକଙ୍କ ନେତୃତ୍ୱରେ ଗୋଖନାସ୍ଥିତ ଦୃଷ୍ଟିହୀନ ଆଶ୍ରମ ଯାଇ ଭିନ୍ନକ୍ଷମ ଛାତ୍ରମାନଙ୍କୁ ସାଉଣ୍ଡ ସିଷ୍ଟମ ସମେତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗିରିଜା ବିଶ୍ବାଳ, ସୁବାସ ସାହୁ,ଜିତେନ୍ଦ୍ର ବିଶ୍ବାଳ ,ସତ୍ୟଵ୍ରତ ବେହେରା,ରଞ୍ଜନ ସିଂ,ତପନ,ଜ୍ଞାନ ସାହୁ,ଅଭିମନ୍ୟୁ ବେହେରା,ସଂଜୀବ ସାହୁ,ପୂର୍ଣ୍ଣ ଚନ୍ଦ୍ର ବାରିକ, ରାଜେଶ ନାୟକ, ଭଗବାନଙ୍କ ସମେତ ବହୁ ସହଯୋଗୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।