କସପା ପଞ୍ଚାୟତ ବିଜେଡି ସଭାପତିଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-06-at-8.32.00-PM-1024x598.jpeg)
ଦଶରଥପୁର (ସଙ୍କେତ ଖବର): କରୋନା ସଂକ୍ରମିତ ଥାଇ ଗତ ମାତ ୨୭ ତାରିଖରେ ପ୍ରାଣ ହରାଇଥିବା ଦଶରଥପୁର ବ୍ଲକ କସପା ପଞ୍ଚାୟତ ବିଜେଡି ସଭାପତି ସନ୍ତୋଷ କୁମାର ବାରିକ (୨୫)ଙ୍କର ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବାରିକଙ୍କ ବାସଭବନରେ ଅନୁଷ୍ଠିତ ଶ୍ରଦ୍ଧଞ୍ଜଳୀ ସଭାରେ ଯାଜପୁର ବିଧାୟକ ପତିନିଧି ତଥା ବିଜେଡି କର୍ଣ୍ଣାଟକେଶରୀ ଦାସ, ଜିଲ୍ଲାପରିଷଦ ସଭ୍ୟ ତଥା ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ମନୋଜ କୁମାର ରାଉତ, ଲକ୍ଷ୍ମୀଧର ସାହୁ, ତାପସ ଜେନା, ମିନାକ୍ଷୀ ସାହୁ, ଫେଲୁ ମହାନ୍ତି, ସେକ୍ ଚାନୁ, ପ୍ରଭୁଦତ୍ତ ପତି, ଅମରେନ୍ଦ୍ର ସେଠି, ଅଭିନାଶ ସାହୁ, ବନମାଳୀ ଦାସ, ରବି ସାମଲ, ଲୋକମାନ୍ ଖାଁ, ଜୟନ୍ତ ମହାନ୍ତି, ବସନ୍ତ ସାହୁ, ବେଦପ୍ରକାଶ ଜେନା, ସୌମ୍ୟରଞ୍ଜନ ସାହୁ, ରମେଶ ସାହୁ, ଉଦୟବଲ୍ଲଭ ସାହୁ, ଅଭିଜିତ୍ ସିଂହ, ଶ୍ରୀକାନ୍ତ ରାଉତ, ଦେବେନ୍ଦ୍ର ବେହେରା, ଏସ୍କେ ମାସୁଦ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ସର୍ବପ୍ରଥମେ ଶ୍ରୀ ବାରିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
![](https://www.sanketkhabar.com/wp-content/uploads/2021/06/WhatsApp-Image-2021-06-06-at-8.31.59-PM-1024x611.jpeg)
ପରେ ସନ୍ତୋଷଙ୍କ ଯୁବ ପ୍ରତିଭା ସମ୍ପର୍କରେ ଆଲୋଚନା ହୋଇଥିଲା । ତାଙ୍କ ମୃତ୍ୟୁରେ କସପା ଅଞ୍ଚଳ ଜଣେ ବହୁମୁଖୀ ଯୁବକଙ୍କୁ ହରାଇଥିବାର ବିଧାୟକ ପ୍ରତିନିଧି ଶ୍ରୀ ଦାସ ମତବ୍ୟକ୍ତ କରିବା ସହିତ ଅଳ୍ପ ଦିନ ମଧ୍ୟରେ ସେ ନିଜର ନିସ୍ୱାର୍ଥପର କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କ ପ୍ରୀୟଭାତ ହୋଇପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ ।