ଟ୍ରକ୍-ବାଇକ୍ ମୁହାମୁହିଁ ଧକ୍କା,ଜଣେ ମୃତ

0


ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ନୂଆଗାଁ ନିକଟରେ ଏକ ବାଇକ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ରୁ ପ୍ରକାଶ ଯେ, ତୁମୁଡିବନ୍ଧ ବ୍ଲକ ଗୁମା ଗ୍ରାମ ର ବୃନ୍ଦାବନ ଜାନୀ (୫୦) ତାଙ୍କ ଝିଅ ବାହାଘର ତିଥି  ନିର୍ଣ୍ଣୟ କରିବାକୁ ଶଢୁ ସହ ଦୁଇଟି ବାଇକ ରେ ଯାଉଥିଲେ, ହେଲେ କୋଟଗଡ ର ନୂଆଗାଁ ନିକଟରେ ହଠାତ ଏକ ମାଲବାହୀ ଟ୍ରକ ଡାହାଣ ଆଡୁ ମାଡି ଆସି ଜୋରରେ ବାଡେଇ ହେବା ଫଳରେ ଘଟଣା ସ୍ଥଳରେ ବୃନ୍ଦାବନ ଜାନୀ ଙ୍କ ମୃତ୍ୟୁ ଘଟିବା ସହ ବୃନ୍ଦାବନଙ୍କ ବାଇକଟି ଟ୍ରକ ରେ ଲାଗି ପ୍ରାୟ ୩ କିଲୋମିଟର କୋଟଗଡ ପାହାଡି ଢ଼ାବା ପର୍ଯ୍ୟନ୍ତ ଆସିଥିଲା ଓ ସେଠାରୁ ଟ୍ରକ ଚାଳକ କେଉଁଆଡେ ଫେରାର ହୋଇଯାଇଥିଲା, ଖବର ପାଇ ଘଟଣା ସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଧୀରାଜ ଲେଙ୍କା ପହଂଚି ଟ୍ରକ କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *

You cannot copy content of this page