ଟ୍ରମ୍ପ୍ କହିଲେ : ଭଲ ମୁଡରେ ନାହାନ୍ତି ମୋଦି !
![](https://www.sanketkhabar.com/wp-content/uploads/2020/05/FB_IMG_1590718019781.jpg)
ଭାରତ ଚୀନ ସୀମାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରାଜ୍ ଥିବାକଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଗୁରବାର ହ୍ବାଇଟ ହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଦୁଇ ପଡୋଶୀ ରାଷ୍ଟ୍ର ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଧିରେଧିରେ ବିଗିଡିବାରେ ଲାଗିଛି।
୧୪୦ କୋଟିରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଠ ଏହି ଦୁଇଦେଶ ସାମରିକ ଶକ୍ତିରେ ସ୍ବୟଂ ସମ୍ପୂର୍ଣ୍ଣ ଥିବାବେଳେ ସୀମା ବିବାଦକୁ ନେଇ ସୃଷ୍ଠି ହୋଇଥିବା ଉତ୍ତେଜନା ସାରା ବିଶ୍ବ ପାଇଁ ଚିନ୍ତା ବଢାଇ ଦେଇଛି। ସ୍ମରଣଯୋଗ୍ୟ ଦୁଇ ଏସିଆନ୍ ଦେଶ ଭାଳତ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ସୃଷ୍ଠି ହୋଇଥିବା ଦ୍ବନ୍ଦର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଦିନକ ପୂର୍ବରୁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ଉଭୟ ଦେଶ ନମ୍ରତାର ସହ ଟାଳି ଦେଇଛନ୍ତି।
ପରନ୍ତୁ ଉଭୟ ଦେଶ ନିଜ ଠିଜ ମଧ୍ୟରେ ଆଲୋଚନା କରି ଏହାର ସମାଧାନ କରିବେ ବୋଲି କହିଛନ୍ତି। ତେବେ ଏହା ମଧ୍ୟରେ ସବୁଠାରୁ ବଡକଥା ହେଲା ନରେନ୍ଦ୍ର ମୋଦିଙ୍କ ମନ ଏହାକୁ ନେଇ ଆଦୌ ଭଲ ଅବସ୍ଥାରେ ନାହିଁ ବୋଲି ଟ୍ରମ୍ପ କହିବା ଘଟଣା ସମସ୍ତଙ୍କୁ ବେଶି ଆଶ୍ଚର୍ଯ୍ୟ କରିଛି।
-ବିରଞ୍ଚି ନାରାୟଣ ଦାସ