ତୁ ପରା ମୋର:ଐଶ୍ୱର୍ଯ୍ୟା ମିଶ୍ର

0

ଏମତି ଅନେଇ ବସିଛୁ କାଇଁ
ଯେଣେ ଚାନ୍ଦ କୁ ଚାହିଁଛି କଇଁ
ଆଖିରେ କୁହକ କରି
ବସିଛୁ କିଆଁ ମନକୁ ମାରି?
ମନକୁ ମାରିଲେ କି ଯିବି ମୁହିଁ!
ସଂସାର ବନେ ଯେ ଫସିଛି ମୁହିଁ
ହାତ ଧରି ତୋର ବାଟ ମୁଁ ଚାଲୁଛି
କେତେ କଣ୍ଟା ଯେ ବାଟରେ ପଡ଼ିଛି
ଝୁଣ୍ଟି ପଡିଲେ ତୁ ଆହା କହୁ ଦଉ
କେବେ ଟିକେ ଆସି ଆଉଁସି ତୁ ଦଉ
କେମିତି ମୁଁ ଯିବି ତୋ ଛନ୍ଦା ଚରଣ
ନୀତି ଝୁରେ ମୁଁ ତୋ ଶ୍ରୀ ଚରଣ
ଚରଣେ ଟିକେ ଶରଣ ଦେବୁ ବୋଲି
ଭରିଛୁ ଜୀବନେ କେତେ ରଙ୍ଗ କାଳୀ
ଗୋରା ଦେହେ ମୋ ତୋ କଳା ସୁନ୍ଦର
କଳା ବୋଲି ତୁହି ଶ୍ୟାମ ସୁନ୍ଦର
କାଳୀ ରୁ ଜାତ ମୋ କାଳିଆ
କିଏ ହେବ ଆଉ ତୋ ଭଳିଆ
ବହୁ ବେସ ସାଜି ବସିଛି ମୁଁ ଆଜି
କାହ୍ନୁ ପାଇଁ ଆଜି ରାଧା ସାଜି
ଦେହ ବିନା ଛାଇ ପାରିବ କି ରହି
ତୋ ବିନା ମୁହିଁ ପାରୁନାହିଁ ରହି
ଜହ୍ନରେ ଦେଖେ ମୁଁ ତୋ ଚକାଡୋଳା
ଚାନ୍ଦ ଧଳା କୁ ତୋ ମୁହଁ କଳା
କଳା ବାଦଲକୁ ତୁ ପୁଣି କାଳିଆ
କି ହବ ଆଉ ତୋ ଭଳି ଛଳିଆ
ଛଳନା କରି ତୁ ବାନ୍ଧିଲୁ ତୋ ଭାବରେ
ବାନ୍ଧିଲୁ ପୁଣି ତୋ ପ୍ରୀତି ବନ୍ଧନରେ
ବାନ୍ଧି ହେଇଗଲି ତୋ ବନ୍ଧନରେ
ଜାଣିପାରିଲିନି ଟିକେ ହେଲେ ଥରେ
ପ୍ରେମରେ ପଡିଲେ ବିଚ୍ଛେଦ ତ ହୁଏ
ସେ ବିଚ୍ଛେଦ କୁ ସହି କି ହୁଏ
ତୁ କାଳିଆ ତୋ ହସ ନାଲିଆ
ପାନ ଖାଉ ନୀତି ଖିଲିଆ
ଖିଲି ପାନ ଖାଇ ହସୁଛୁ କିଆଁ ଏତେ
ନୀତି ଝୁରିବି ତତେ ଆଉ କେତେ?
ତୋ ଓଠର ନାଲିକୁ ମୋ ମଥାରେ ଦେଇ
ବରଣ କରି ନେଇଯା ତୁହି
ସଂସାର ସାର ମୁଁ ବୁଝିସାରିଲିଣି
ସବୁ ବନ୍ଧନ ମୁଁ କାଟିସାରିଲିଣି
ସମର୍ପି ଦେଇଚି ସର୍ବସ୍ବ ତତେ
ପାଖରେ ରହି ତୁ କହିବୁ କେତେ?

(ତୁ ପରା ମୋର
ସଂସାର କରିଲେ ପର
ତୁ ହେବୁ ମୋର) ଜୟ ଜଗନ୍ନାଥ ସ୍ୱାମୀ❤🙏
(ରାଧା),ପୁରୁଣା ଭୁବନେଶ୍ୱର

Leave a Reply

Your email address will not be published. Required fields are marked *

You cannot copy content of this page