ସୁକିନ୍ଦା ବିଧାୟକଙ୍କ ଉଦ୍ୟମ ରେ ଆସିଲା ଦୁଇଟି ଆମ୍ବୁଲାନ୍ସ, ରୋଗୀଙ୍କୁ ମିଳିବ ଉଚିତ ସେବା
![](https://www.sanketkhabar.com/wp-content/uploads/2021/05/WhatsApp-Image-2021-05-25-at-8.59.18-PM-1-1024x577.jpeg)
ଯାଜପୁର (ସଙ୍କେତ ଖବର): ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ୨ଗୋଟି ଆମ୍ବୁଲାନ୍ସ ଯୋଗାଇଛନ୍ତି ବିଧାୟକ ପ୍ରିତିରଞ୍ଜନ ଘଡ଼ାଇ । ଆଜି ଦାନଗଦି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଆମ୍ବୁଲାନ୍ସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତ ବିଧାୟକ । ଏହି ଦୁଇ ଗୋଟି ଆମ୍ବୁଲାନ୍ସ ଓଏମବିଏଡିସ (OMBADC) ଅର୍ଥରେ ଯୋଗାଇ ଦିଆଯାଇଛି । ଶ୍ରୀ ବିଧାୟକ କହିଛନ୍ତି ଏହା ଟମକା ଓ କାଳିଆପାଣି ଠାରେ ହେଇଥିବା ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ନିୟୋଜିତ କରାଯିବ ଯାହାଦ୍ୱାରା ରୋଗୀ ମାନେ ସୁକିନ୍ଦା ଓ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବାକୁ ଆଉ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଗୋଟିଏ ବର୍ଷରେ ୩ଟି ନୂତନ PHC ଖୋଲିବାକୁ ମଞ୍ଜୁର ଦେଇଛନ୍ତି । ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ୮ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି, ସାଂସଦଙ୍କ ବ୍ଲକ୍ ପ୍ରତିନିଧି ଲୋକନାଥ ଧୀର, ତ୍ରିଜଙ୍ଗା ପଞ୍ଚାୟତ ସରପଞ୍ଚ କାହୁଁ ଚରଣ ଦାସ, ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମଳୟ କୁମାର ପ୍ରଧାନ, ଡାକ୍ତର ସୁଭାସିସ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।