ପଟେଲିଆ ଛକ ରେ ଦୁଇ ବାଇକ ମୁହାଁମୁଁହି ଧକ୍କା,ଦୁଇ ମୃତ,ଦୁଇ ଗୁରୁତର
![](https://www.sanketkhabar.com/wp-content/uploads/2021/06/Accident_ani_1.jpg)
କୋଣାର୍କ (ସଙ୍କେତ ଖବର): କୋଣାର୍କ ଗୋପର ପଟେଲିଆ ଛକରେ ନିକଟରେ ସନ୍ଧ୍ୟା ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଗୋଟି ବାଇକ ରେ ଥିବା ଚାରିଜଣ ଯୁବକ ଗୁରୁତର ହୋଇପଡ଼ିଥିଲେ । ପରେ ଗୋପ ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସ ଦୃଘଟଣା ସ୍ଥଳରେ ପହଁଚି ଗୁରୁତର ମାନଙ୍କୁ ପ୍ରଥମେ ଗୋପ ମେଡିକାଲକୁ ଆଣିଥିଲେ, ସେଠାରେ ପ୍ରାଥମିକ ଚିକିତ୍ସା ପରେ ଚାରିଜଣ ଗୁରୁତରଙ୍କୁ ପୁରୀ ସଦର ହସ୍ପିଟାଲକୁ ପଠାଯାଇଛିି । ମାତ୍ର ଏହି ଗୁରୁତରଙ୍କ ମଧ୍ୟରେ ଦୁଇଜଣଙ୍କ ମୃତ ହୋଇଥିବାର ଜଣାପଡିଛି । ଦୁଇ ମୃତକ ହେଲେ ଜଣେ ଦିଘାଳ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣ କୋଣାର୍କ ବାଲିଦୋକାନ ଅଂଚଳର ବୋଲି ସୂଚନା ମିଳିଛି ।ଉଭୟ ବନ୍ଧୁ ଘରକୁ ଯାଉଥିବା ବେଳେ ହୋଇଥିଲା ଦୃଘଟଣା ଘଟିଥିବା ବେଳେ ଗୋପ ପୋଲିସ୍ ଦୁଇ ବାଇକକୁ ଜବତ କରି ତଦନ୍ତ ଚଲାଇଛି ।