ବନ୍ଧରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ଭାଇ

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କେ ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ପଞ୍ଚାୟତ ମଲିକ ପଡ଼ି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ଭାଇ ପଡ଼ି ଗ୍ରାମକୁ ଟିକାବାଲି ଥାନା ବାଲିଗୁଡା ଗ୍ରାମର ମଦନ ମୋହନ ପ୍ରଧାନଙ୍କ ଦୁଇ ପୁଅ ମିହିର କାନ୍ତ ପ୍ରଧାନ(୧୫) ଓ ସାନ ଭାଇ କାମାକ୍ଷା ପ୍ରଧାନ (୧୩) ଅଜାଙ୍କ ଘରକୁ ବୁଲି ଆସିଥିଲେ । ହେଲେ ଆଜି ସକାଳେ ବନ୍ଧକୁ ସାଙ୍ଗ ସାଥି ହୋଇ ଗାଧୋଇବା ପାଇଁ ଯାଇଥିଲେ। ଅଧିକ ପାଣି ଥିବା ଯୋଗୁଁ ବୁଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ଏହି ଅଘଟଣ ପରିବାର ଓ ମାମୁଁମାନେ ଜାଣିବା ପରେ ଗ୍ରାମ ଲୋକଙ୍କ ସାହାଯ୍ୟରେ ଦୁଇ ଭାଇଙ୍କୁ ଉଦ୍ଧାର କରି ଗୁଟିଙ୍ଗିଆ ମେଡ଼ିକାଲକୁ ନେଇ ଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ସାରଙ୍ଗଗଡ ଥାନାର ପୋଲିସ ଘଟଣା ସ୍ଥଳରେ ପହଁଚି ,ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଦୁଇ ଭାଇଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଅନିତା କିଡୋ ସୂଚନା ଦେଇଛନ୍ତି।