ବୌଦ୍ଧ ରୁ ଦୁଇ ବାଘ ଛାଲ ଜବତ,ଜଣେ ଗିରଫ

0

ବୌଦ୍ଧ (ସଙ୍କେତ ଖବର): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରା ଠାରୁ ଜଣେ ବ୍ୟକ୍ତି ଠାରୁ ଦୁଇଟି ଚିତା ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଛି।ଅଭିଯୁକ୍ତ ଜଣକ କଣ୍ଟାମାଲ ଥାନା ନାରାୟଣପ୍ରସାଦ ପଂଚାୟତ ଲୁଣ୍ଡୁରୁ ଗ୍ରାମର ଜିବର୍ଦ୍ଧନ ଭୋଇ(25) ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ,ଏସଟିଏଫ ,ସିଆଇଡି,ସିବି, ରଡିଏସପି ଙ୍କ ନେତୃତ୍ୱରେ ଏକ ଟିମ ସୋନପୁର ରେ କେମ୍ପ କରିଥିଲେ।

ଗତକାଲି ରାତିରେ ସେମାନେ ମନମୁଣ୍ଡା ଥାନା କପାସିରା ଛକ ନିକଟରେ ବାଘ ଛାଲ ର ଚୋରା କାରବାର ହେବାକୁ ଥିବା ଖବର ପାଇବା ପରେ ପୋଲିସ ତାଙ୍କୁ ଧରିଥିଲେ। ସେତେବେଳେ ଉକ୍ତ କପାସିରା ଛକ (ମନମୁଣ୍ଡା ରୁ କଣ୍ଟାମାଲ ରାସ୍ତା ୪୧ନମ୍ବର ଜାତୀୟ ରାଜପଥ ଠାରେ ଜଣେ ବ୍ୟକ୍ତି କିଛି ଜିନିଷ ଭର୍ତି ଥିବା ଏକ ପ୍ଲାଷ୍ଟିକ ବସ୍ତା ଧରି ଠିଆହୋଇଥିବା ଦେଖିବାକୁ ପାଇଥିଲେ। ସନ୍ଦେହ ରେ ଯାଞ୍ଚ କରିବାରୁ ଉକ୍ତ ବସ୍ତାରୁ ଦୁଇଟି ଚିତା ବାଘ ଛାଲ ପାଇଥିଲେ ।

ଛାଲକୁ ଜବତ କରିବା ସହ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲେ। ପ୍ରାଣୀ ସୁରକ୍ଷା ଆକ୍ଟ 1972 ନିୟମ ଭଙ୍ଗ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇ ବୌଦ୍ଧ ଡିଏଫଓ ଙ୍କୁ ଏସଟିଏଫ ହସ୍ତାନ୍ତର କରିଥିଲା। ଏନେଇ ବନ ବିଭାଗ ମନମୁଣ୍ଡା ରେ ଏକ ମାମଲା 213/21 ରୁଜୁ କରିଛି ତେବେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

You cannot copy content of this page